No Result
View All Result
୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ରାଜ୍ୟ ଶିଳ୍ପ ନିର୍ଦ୍ଦେଶାଳୟଙ୍କ ପ୍ରୋତ୍ସାହନ ରେ ଏବଂ ଖୋର୍ଦ୍ଧା ଜିଲ୍ଲା ଶିଳ୍ପ କେନ୍ଦ୍ରର ସଙ୍ଗଠନରେ ରାଜ୍ୟ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ବିଭାଗ ପକ୍ଷରୁ ଉଦ୍ୟୋଗ ହିତାଧିକାରୀ ମାନଙ୍କ ପାଇଁ ଏକ ସଚେତନତା ଶିବିର ବାଣପୁର ବ୍ଲକ ସୁନାଖଳା ଡାକ ବଙ୍ଗଳା ଠାରେ ଆଜି ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି ।

ଏହି ଶିବିରରେ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସମେତ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର କର୍ମକର୍ତ୍ତା ମାନେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ କେତେକ ଯୋଜନା ଓ ନିୟମ ସମ୍ପର୍କରେ ଅବଗତ ହୋଇଥିଲେ। ସ୍ଥାନୀୟ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ତୁଷାର କାନ୍ତ ମହାନ୍ତି,ଡି ଆର୍ ପି ସୁମେଶ ରଞ୍ଜନ ସେଠୀ ,ବି ପି ସି ରଶ୍ମିତା ଇନ୍ଦ୍ରଜିତ,ବିପିଏମ୍ ଶିବ ସୁନ୍ଦର ଜାଲି,

ମହିଳା ନେତ୍ରୀ କଳ୍ପନା ସେଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡ଼ି ସଭାପତି ଜୟନ୍ତ କୁମାର ସ୍ଵାଇଁ, ସମାଜସେବୀ ରାମଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ସାହୁ, ପବିତ୍ର ହରିଚନ୍ଦନ , ପ୍ରକାଶ କୁମାର ସୁବୁଦ୍ଧି, କମଳଜିତ ପ୍ରଧାନ, ବିନୋଦ କୁମାର ପ୍ରଧାନ, ସୁକାନ୍ତ ମାଝୀ ପ୍ରମୁଖ ଏହି ଶିବିରରେ ଯୋଗଦେବା ସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ।

No Result
View All Result