No Result
View All Result
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବୁଧବାର ସନ୍ଧ୍ୟା ୬ଘଟିକା ସମୟରେ ଲକ୍ଷ୍ମୀଧର ସାହୁ ପିତା ବାଉରିଆ ସାହୁ ଗ୍ରାମ ପାଟସାଣିପୁର ଥାନା ବାଲୁଗାଁ ଜିଲ୍ଲା ଖୋର୍ଦ୍ଧା ନାମକ ବ୍ୟକ୍ତି ଆବୁଧାବି ରେ ଶ୍ରମିକ ଭାବରେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରୁଥିଲେ, ହଠାତ୍ ଖବର ଆସିଲା ବେହୋସ୍ ହୋଇ ପଡିଛନ୍ତି, ତାପରେ ତୁରନ୍ତ ମେଡ଼ିକାଲ ନିଆଯାଇଥିଲା, ରାତ୍ରରେ କୌଣସି ଖବର ନପାଇ ପରିବାର ଲୋକେ ବିଚଳିତ ହୋଇପଡ଼ିଥିଲେ, ଆଜି ଗୁରୁବାର ସକାଳ ୧୦ ଘଟିକା ସମୟରେ ଖବର ଆସିଲା ତାଙ୍କର ହୃଦଘାତରେ ମୃତୁ୍ୟବରଣ କରିଛନ୍ତି।
ମୃତ୍ୟୁ ବେଳକୁ ତାଙ୍କର ବୟସ ୫୫ ବର୍ଷ , ତାଙ୍କର ୨ ଟି ପୁଅ, ମୃତ୍ୟୁ ର ଖବର ପାଇ ପରିବାର , ଗ୍ରାମବାସୀ ଓ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା, ତୁରନ୍ତ ଶବକୁ ଆବୁଧାବି ରୁ ଗ୍ରାମକୁ ଆଣିବା ପାଇଁ ସାଧାରଣ ରେ ସରକାରଙ୍କ ପାଖରେ ପରିବାର, ଗ୍ରାମବାସୀ ଓ ଅଞ୍ଚଳ ତରଫରୁ ଦାବି ହେଉଛି ।

No Result
View All Result