No Result
View All Result
୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର, ମାନସିକ ଅଦଗ୍ରସର ଓ ମସ୍ତିସ୍କ ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟ ଠାରେ ସୋମବାର ଦିବା ୧୧ ଘଣ୍ଟା ସମୟରେ ଜାତିର ପିତା ମହାମ୍ଭାଗାନ୍ଧୀଙ୍କର ୧୫୪ ତମ ଜନ୍ମ ଜୟନ୍ତୀ ପାଳନ ହେବା ସହିତ ସ୍ବାଧୀନତା ଭାରତର ଦ୍ବିତୀୟ ପ୍ରଧାନମନ୍ତୀ ଲାଲବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଥିଲା । ଉକ୍ତ ପବିତ୍ର ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଦଣ୍ଡାସି ସାହୁ ସଭାପତିତ୍ବ କରିଥିଲେ । ଏହି ଉତ୍ସବରେ ରାଜ୍ୟ TDCCର ଅଧ୍ୟକ୍ଷ ମୁଖ୍ୟଅତିଥି ଭାବେ ଅନ୍ତର୍ଯ୍ୟାମୀ ଗମାଙ୍ଗ ଯୋଗ ଦେଇ ଗାନ୍ଧିଜୀଙ୍କ କ୍ତତିତ୍ବ ଉପରେ ଆଲୋକପାତ କରିଥିଲେ ।

ପୂର୍ବତନ ଶିକ୍ଷାବିତ ମୁଖ୍ୟବକ୍ତା ଭାବେ ମଧୁସୁଦନ ପିଢୀ ଯୋଗ ଦେଇ ଭାରତକୁ ପୂଣ୍ଣ ସ୍ବାଧୀନତା ଆଣିବାରେ ଜାତିର ପିତା ମହାମ୍ଭାଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଉଦମ୍ୟ ଉପରେ ଖୁବ୍ ସୁନ୍ଦର ଭାବରେ ଆଲୋକପାତ କରିଥିଲେ । ରାୟଗଡା ବ୍ଳକର ଅଧ୍ୟକ୍ଷା ତଥା ଗଜପତି ଜିଲ୍ଲାର ବିଜୁ ଜନତା ଦଳର ସଭାନେତ୍ରୀ ସମ୍ମାନିୟ ଅତିଥି ଭାବେ ପୂଣ୍ଣବାସି ନାୟକ ଯୋଗ ଦେଇ ବିଦ୍ୟାଳୟର ଦିବ୍ୟାଙ୍ଗ ଛତ୍ରଛତ୍ରୀଙ୍କ ଶିକ୍ଷା ଓ ଆମ୍ଭନିର୍ଭରଶାଳ ହେବା ଉପରେ ଉଦ୍ବୋଧନ ଦେଇଥିଲେ । ଆର,ଉଦୟଗିରି ବିଜୁ ଜନତା ଦଳର ବ୍ଲକ ସଭାପତି ସମ୍ମାନିତ ଅତିଥି ଭାବେ ଭୀମ ପାଇକ ଯୋଗ ଦେଇ ଜାତିର ପିତା ମହାମ୍ଭାଗନ୍ଧୀଙ୍କ ଜୀବନକୁ ନିଖୁଣ ଭାବରେ ଟିପଣି ଦେଇଥିଲେ । ଏହାସହିତ ସମାଜସେବା ଗୌଡ ମହୋଦୟ , ବିଦ୍ୟାଳୟର ଶିକ୍ଷା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ବିର ଯୋଗଦେଇ ଗାନ୍ଧିଜୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ ।
ସମ୍ପାଦକ ଶ୍ରୀଯୁକ୍ତ ଦଣ୍ଡାସି ସାହୁ ବିଦ୍ୟାଳୟର କେତୋଟି ମୁଖ୍ୟ ଆବଶ୍ୟକତା ଯାଥା ବିଦ୍ୟାଳୟର ପାଚେରୀ, ମଧ୍ୟାନ୍ନ ଭୋଜନ ଏବଂ ଅନ୍ୟନ୍ୟ ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ଶ୍ରୀ ଗମାଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ଉକ୍ତ ପବତ୍ର ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଦାମୋଦର ଦାସ ସଭା ପରିଚାଳନା କରିଥିବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତୀ ସହଯୋଗ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥି ଶ୍ରୀ ଗମାଙ୍ଗ ବିଦ୍ୟାଳୟର ଆବଶ୍ୟକତା ପୂରଣ କରିବେ ବୋଲି ପ୍ରତିଶୃତି ଦେବା ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବାଣ୍ଟିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଢୀ ” ଜୟ ଯବାନ , ଜୟ କିଷାନ୍ ଧ୍ବନି ଦେଇ ସଭାସ୍ଥଳକୁ ଚୁରିକର କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଦେବାସହ ଶ୍ରୀ ସାହୁ ସଭାସାଙ୍ଗ କରିଥିଲେ ।

No Result
View All Result