No Result
View All Result
୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସହରର ଐତିହାସିକ ବୃନ୍ଦାବନ ପ୍ୟାଲେସ ଠାରେ ପରିସରରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବହୁ ସଂଖ୍ୟକ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏକତ୍ରିତ ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ଆଲୋଚନା କରିଥିଲେ.

ଗଣମାଧ୍ୟମର ବରିଷ୍ଠ ପ୍ରତିନିଧି ଗରୁଡ଼ ଧୌଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ରଶ୍ମି ରଞ୍ଜନ ମିଶ୍ର, ଗଣେଶ ରାଜୁ, ସନ୍ତୋଷ ପଟ୍ଟନାୟକ, ବିଜୟ କୁମାର ଗୌଡ଼, ଡିଜେନ ପାଢ଼ୀ, ପ୍ରଦୀପ ନାୟକ, ସରୋଜ ବୀର, କୃଷ୍ଣ କୁମାର ବେହେରା, ଦିଲ୍ଲୀପ ଶତପଥୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ସମସ୍ତ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ.

No Result
View All Result