୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଏସଆଇଆରଡି ଏବଂ ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗ ଆନୁକୂଲ୍ୟରେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଗଞ୍ଜାମଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ବ୍ଲକରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସମସ୍ତ ପଞ୍ଚାୟତରେ ଗ୍ରାମସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କ୍ରମରେ ରାଳବ ପଞ୍ଚାୟତ କାର୍ଯ୍ୟାଳୟରେ ନୋଡାଲ ଅଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ ସରପଞ୍ଚ ରଶ୍ମିତା ପ୍ରଧାନ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାପତିତ୍ୱ କରିଥିଲେ । ମୁଖ୍ୟତଃ ପଞ୍ଚାୟତରେ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ବିନିଯୋଗରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ଶ୍ରମିକ ବଜେଟ ଓ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ଗ୍ରାମ୍ୟ ପରିମଳ,ଜଳ ସଂରକ୍ଷଣ ଓ ଜଳ ଅମଳ ସମ୍ବନ୍ଧୀୟ କାର୍ଯ୍ୟ,ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ପରିଚାଳନା,ଗ୍ରାମରେ ପାଣି ଓ ଆଲୋକ ବ୍ୟବସ୍ଥା ପାଇଁ ବିଜୁଳି ଖର୍ଚ୍ଚ ଓ ଶିଶୁ ଅଧିକାର ପ୍ରସଙ୍ଗ ଉପରେ ଆଲୋଚନା ହୋଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଥିଲା । ପିଇଓ ସୁଶାନ୍ତ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଡଃ ହର୍ଷ ମାଧବ କର,ସଭ୍ୟା ପ୍ରତିନିଧି ମନୋଜ କୁମାର ପୋଲେଇ,

ବିଏଫଟି ବୃନ୍ଦାବନ ଗୌଡ଼,ମହିଳା ସ୍ୱାସ୍ଥ୍ୟ କର୍ମୀ,ଜିଆରଏସ,ଗାଁ ସାଥୀ, ଯୋଗାଣ ସହାୟକ,ଏସଏଚଜି, ସିଆରପିଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।ଅନୁରୂପ ଭାବେ ବିଭିନ୍ନ ପଞ୍ଚାୟତରେ ପ୍ରମୁଖ ନୋଡାଲ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ସରପଞ୍ଚ,ପିଇଓ ବିଜୟ କୁମାର ସେଠୀ,ବାସୁଦେବ ବେହେରା, ବୈଷ୍ଣବ ମଣ୍ଡଳ,ଭାଣ୍ଡି ହରି,ପ୍ରତାପ କୁମାର ସାହୁ,କାଳୁ ଚରଣ ବେହେରା,ବେଣୁଧର ବେହେରା,ସରଣୀ ଗମାଙ୍ଗ, କନିଷ୍ଠ ଯନ୍ତ୍ରୀଆଲୋକ ନାଥ ସେଠୀ,ପ୍ରସନ୍ନ କୁମାର ଦଳାଇ,କନିଷ୍ଠ ଯନ୍ତ୍ରୀଙ୍କଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସ୍ୱତନ୍ତ୍ର ଗ୍ରାମ ସଭାରେ ଉପସ୍ଥିତ ଥିଲେ ।














