No Result
View All Result
୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ମୁଖ୍ୟାଳୟ ମୋହନା ବଜାର ମଧ୍ୟରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ସ୍ୱଚ୍ଛ ଭାରତ ଅଭିଯାନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମ ନିମନ୍ତେ ଗଜପତି ଜିଲ୍ଲା ବନ ବିଭାଗ ଅଧିକାରୀ ଏସ. ଆନନ୍ଦ, ସହକାରୀ ଜିଲ୍ଲା ବନ ବିଭାଗ ଅଧିକାରୀ ଅଶୋକ କୁମାର ବେହେରା ଓ ଅରୁଣ କୁମାର ସାହୁ ଙ୍କ ମିଳିତ ନିର୍ଦ୍ଦେଶନାରେ ମୋହନା ବଜାର ସଫେଇ କାର୍ଯ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ବିଷୋୟୀ ଏବଂ ମୋହନା ବନପାଳ ଦେବାଶିଷ ଶତପଥି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନପାଳ ସନ୍ତୋଷ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାତ୍ର, ରମାକାନ୍ତ ରଇତ, ଗଙ୍ଗାଧର ଭୂୟାଁ, ବିନୋଦିନୀ ନାୟକ, ରାଜକିଶୋର ସାହୁ, ସୁସଂଜିତ୍ ସିଂଙ୍କ ସମେତ ବନାଞ୍ଚଳରେ ଥିବା ୩୫ଟି ଜଙ୍ଗଲ ସୁରକ୍ଷା ସମିତିର କର୍ମୀ ଏଥିରେ ସହଯୋଗ କରିଥିଲେ ।

No Result
View All Result