No Result
View All Result

୨୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ନୁଆଗଡ ବ୍ଳକ ଅନ୍ତର୍ଗତ ପୁଟୁପଡା ପଞ୍ଚାୟତର ବାରବା,ପାରାଜୀ ଓ ଝୁଣ୍ଟିଆ ସାହି ଗ୍ରାମରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ପଞ୍ଚାୟତର ପିଇଓ ମିନତି ମିଶଙ୍କ ସଭାପତିତ୍ବ ଏହି କାର୍ଯ୍ୟକ୍ରମରେ ଜିଆରଏସ୍, Aawo କମୀ, ଓ୍ବାର୍ଡ ମେମ୍ବର, ଅଙ୍ଗନବାଡି, ଆଶା ଓ ସ୍କଲ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ସ୍ବଛତା ହିଁ ସେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ପଞ୍ଚାୟତକୁ ସ୍ବଛ ରଖିବା ପ୍ରତି ଦୃଷ୍ଟିଦେବା ପାଇଁ ସଚେତନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସିଆରପି,ଏମ୍ବିକେ, ଏସ୍ଏଚ୍ଜି ମହିଳା ଗୋଷ୍ଠୀ ଏବଂ ଗ୍ରାମବାସୀ ଯୋଗଦେଇଥିଲେ । ଏହି ଅବସରେ ନାଇବ ସରପଞ୍ଚ ତତ୍ତ୍ବାବଧାନରେ ଗ୍ରାମ, ମନ୍ଦିର, ପୋଖରୀ ତଠ ଓ ବିଦ୍ୟାଳୟ ଆଦି ବିଭିନ୍ନ ସ୍ଥାନ ସଂଫେଇ ସହ ଗ୍ରାମର ବିଦ୍ୟୀଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସପଥ ଗ୍ରହଣ କରିଥିଲେ ।


No Result
View All Result