No Result
View All Result
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ହରପାର୍ବତୀପୂଜା କମିଟି ପକ୍ଷରୁ ଆଜି ନୀଳକଣ୍ଠେଶ୍ୱର କମ୍ୟୁନିଟି ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ , ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରିନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଦୂର୍ଗାପୂଜାକୁ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ଏଥର ନିଆରା ଢ଼ଙ୍ଗରେ ପୂଜା ପାଳନ କରିବ । ମହାଷ୍ଟମୀ ଦିନ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ ପହଞ୍ଚିବେ । ନବମୀ , ଦଶମୀ ,

ଏକାଦଶୀରେ ଭଜନ ସମାରୋହ, ରାଜନୈତିକ ବ୍ୟକ୍ତି , ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ବିଭିନ୍ନ ପୂଜା କମିଟିର ସଭାପତି ସଂପାଦକ, ବରିଷ୍ଠ ନାଗରିକ, ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧନା, ମେଲୋଡି କାର୍ଯ୍ୟକ୍ରମ କରାଯିବା ସହିତ ନିଶାମୁକ୍ତ ଭଷାଣୀ ସାଙ୍ଗକୁ ,ଶୃଙ୍ଖଳା ରକ୍ଷା ପାଇଁ ପୁରଷଙ୍କ ବଦଳରେ ଚଳିତ ବର୍ଷ ଶତାଧିକ ମହିଳା, ଦୂର୍ଗାପୂଜା ଭଷାଣୀ ଶୋଭାଯାତ୍ରାରେ ସାମିଲ ହେବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଆଇନଜୀବୀ ବଦ୍ରିନାରାୟଣ ମହାପାତ୍ର,

ସଂପାଦକ ତଥା ପୂର୍ବତନ କର୍ପୋରେଟର କୌଶିକ୍ ଜେନା ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଗ୍ରାମ ଉନ୍ନୟନ କମିଟିର ସଭାପତି ରବିନ୍ଦ୍ର ସ୍ୱାଇଁ, ସୁଶାନ୍ତ କୁମାର ମହାନ୍ତି, ପ୍ରହଲ୍ଲାଦ କର,ରବିନ୍ଦ୍ର ଖିଲାର , ତପନ ଦାସ,ସୁଶାନ୍ତ ଜେନା, ସଚୀକାନ୍ତ ମହାନ୍ତି,ସୁମନ୍ତ ରାଉତ, ପ୍ରଦ୍ୟୁମ୍ନ ମିଶ୍ର, କିଶୋର ପ୍ରଧାନ, ପ୍ରମୁଖ ପୂଜା କମିଟିର ସମସ୍ତ କର୍ମ କର୍ତ୍ତା ଏବଂ ସଦସ୍ୟ ଉପସ୍ଥିତ ଥିଲେ ।


No Result
View All Result