No Result
View All Result
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳି କାଟୁ :-> ହିଞ୍ଜିଳିକାଟୁ ବ୍ଲକ ଚାନ୍ଦୁଲି ପଞ୍ଚାୟତ ଖଣ୍ଡରା ଗ୍ରାମ ସ୍ଥିତ ମିଶନ ଶକ୍ତି ଗୃହ ପରିସରରେ ଶନିବାର ଅପରାହ୍ନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି।ସଭାନେତ୍ରୀ ଗାୟତ୍ରୀ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ପାଦିକା ସଂଯୁକ୍ତା ଦାଶ, ନଥିପତ୍ର ଲେଖିକା(ଏମବିକେ)ଜ୍ୟୋତି ମୁନୀ,ଗୋଷ୍ଠୀ ସଂଯୋଜିକା (ସିଆରପି)ଆରଅର୍ଚ୍ଚନା ପରିଡା,ସୁନିତା ଗୌଡ଼,ମମତା ଡାକୁଆ ଓ ଦୀପିକା କୁମାରୀ ସାହୁ ଓ ଓଁ ନମଃ ଶିବାୟ ଏସଏଚଜି ସଭାନେତ୍ରୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ସଂଯୋଜିକା ମାନଙ୍କୁ ସେମାନଙ୍କ ମଞ୍ଚ ଖାତା ବିଧିବଦ୍ଧ ଭାବେ ହସ୍ତାନ୍ତର କରା ଯାଇଥିଲା।ଆଜିଠାରୁ ସେମାନେ ଆଞ୍ଚଳିକ ମଞ୍ଚର ଦାୟିତ୍ୱ ଗ୍ରହଣ କରିବେ ବୋଲି ସଭାନେତ୍ରୀ ପରାମର୍ଶ ଦେଇଥିଲେ।ପ୍ରକାଶ ଥାଉକି ମହିଳା ସଶକ୍ତିକରଣ ଉଦ୍ଦେଶ୍ୟକୁ ସାକାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ହିଞ୍ଜିଳି କାଟୁ ବ୍ଲକରେ ପ୍ରତି ପଞ୍ଚାୟତରେ ବହୁ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇ ମିଶନ ଶକ୍ତି ଗୃହ ନିର୍ମିତ ହୋଇଛି।
ପ୍ରତିଟି ମିଶନ ଶକ୍ତି ଗୃହରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା, ବ୍ୟବହାରିକ ଉପକରଣ ଓ ଆବଶ୍ୟକ ସାମଗ୍ରୀ ଉପଲବ୍ଧ ହୋଇ ଲକ୍ଷାଧିକ ଟଙ୍କା ଲେଖାଏଁ ବ୍ୟୟ ବରାଦ କରାଯାଇଛି।କିନ୍ତୁ ସମ୍ପୃକ୍ତ ପଞ୍ଚାୟତରେ ଥିବା ମିଶନ ଶକ୍ତି ଗୃହରେ ଆବଶ୍ୟକତା ଅନୁଯାୟୀ ଆସବାବପତ୍ର,ବିଜୁଳି ସଂଯୋଗ ,ତଦାରଖ ଓ ତତ୍ତ୍ୱାବଧାନ ଅଭାବରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ବୈଠକ ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେଉଥିବା ପରିସ୍ଥିତି ଓ ପରିବେଶରୁ ପରିଲକ୍ଷିତ ହୋଇଛି।

No Result
View All Result