No Result
View All Result
୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପଦ୍ମାବତୀ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଜାତୀୟ ସ୍ତରୀୟ ଗୁଣବତ୍ତା ମାନକ ପ୍ରମାଣପତ୍ର ମିଳିଥିବା ସଂକ୍ରାନ୍ତରେ ଭାରତ ସରକାରଙ୍କ ଚିଠି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ଭାରତ ସରକାରଙ୍କ ଏକ ଦୁଇ ଜଣିଆ ଜାତୀୟ ସ୍ତରୀୟ ଟୀମ ଗତ ଅଗଷ୍ଟ ମାସରେ ପଦ୍ମାବତୀ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିଥିଲେ । ଏହି ଟିମ ରେ ଡ଼ ଆନ୍ଧ୍ରପ୍ରଦେଶର ଏସ. ଭି. ଆର. କୁମାରୀ ଓ ବିହାରର ଶ୍ରୀଯୁକ୍ତ ନିଶାନ୍ତ କୁମାର ସାମିଲ ହୋଇଥିଲେ । ଉକ୍ତ ସର୍ବେକ୍ଷଣ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବିଭାଗ ଯଥା ସେବା ଯୋଗାଣ, ରୋଗୀ ଅଧିକାର, ଇନପୁଟ୍ ସହାୟତା ସେବା, କ୍ଲିନିକାଲ୍ କେୟାର, ସଂକ୍ରମଣ ନିୟନ୍ତ୍ରଣ, ଗୁଣବତ୍ତା ପରିଚାଳନା ଏବଂ ଫଳାଫଳ ଉପରେ ବିଭିନ୍ନ ମାନଦଣ୍ଡ ପୂରଣ କରୁଛି ବୋଲି ସନ୍ତୋଷ ବ୍ୟକ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ ।

ପ୍ରତ୍ୟେକ ଚେକପଏଣ୍ଟକୁ ପାଳନ କରିବା ପୂର୍ଣ୍ଣ ଅଥବା ଆଂଶିକ ଅନୁପାଳନ କରୁଛି କି ନାହିଁ ସେ ସମ୍ପର୍କରେ ମାର୍କ ପ୍ରଦାନ କରାଯାଇଥିଲା | ଏପରି ପ୍ରକ୍ରିୟା ରୋଗୀମାନଙ୍କର ସର୍ବୋତ୍କୃଷ୍ଟ ସନ୍ତୁଷ୍ଟତା ନିଶ୍ଚିତ କରିବା ସହିତ ରୋଗୀଙ୍କ ଗୋପନୀୟତା, ଚିକିତ୍ସା ଏବଂ ଔଷଧ ଯୋଗାଇବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି | ପ୍ରକାଶ ଥାଉକି ଜନସ୍ୱାସ୍ଥ୍ୟ ସୁବିଧା ତଥା ସର୍ବୋତ୍ତମ ଅଭ୍ୟାସ ପାଇଁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ବିକାଶ କରାଯାଇଛି | ଷ୍ଟାଣ୍ଡାର୍ଡଗୁଡିକ ମୁଖ୍ୟତ ସେବା ପ୍ରଦାନକାରୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ମାନକ ମାଧ୍ୟମରେ ଉନ୍ନତି ପାଇଁ ସେମାନଙ୍କର ଗୁଣବତ୍ତା ଆକଳନ କରିବା ଏବଂ ପ୍ରମାଣପତ୍ର ପାଇଁ ସେମାନଙ୍କ ସୁବିଧା ଆଣିବା ପାଇଁ ଉଦ୍ଦିଷ୍ଟ |

ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ଗଭୀର ସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପଣ୍ଡାଙ୍କ ପ୍ରଚେଷ୍ଠାକୁ ପ୍ରଶଂଶା କରିଛନ୍ତି ଓ କହିଛନ୍ତି ମୁଁ ନିଶ୍ଚିତ ଯେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଗୁଣାତ୍ମକମାନର ପ୍ରାପ୍ତି କେବଳ ଉଚ୍ଚମାନର ଉପଯୁକ୍ତ ଯତ୍ନ ପ୍ରଦାନକୁ ସୁନିଶ୍ଚିତ କରିବ ନାହିଁ, ବରଂ ସେହି ମାନକ ସ୍ୱାସ୍ଥ୍ୟସେବାର ସମାନତା ଏବଂ ଉପଲବ୍ଧତାକୁ ମଧ୍ୟ ସୁଦୃଢ କରିବା ପାଇଁ ଏହା ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ । ଏହି ସର୍ବେକ୍ଷଣରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମୁଖ୍ୟ ଚିକିସ୍ଥା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାଇକରାୟ ଓ ତାଙ୍କ ଟୀମ ସମ୍ପୂର୍ଣ ସହଯୋଗ କରିଥିଲେ ।

No Result
View All Result