No Result
View All Result
୨୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ ଓଡ଼ିଶା , ଭୁବନେଶ୍ୱର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ମିଲେଟ ପୌଷ୍ଟିକତା ଉପାଦେୟତାର ବିଭିନ୍ନ ଦିଗ ଉପରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମିଲେଟ ଏକ ସ୍ୱାଭାବିକ ପୁଷ୍ଟିକର ଖାଦ୍ୟ ନା ଫେଶନ ଖିଆଲି ଯୁକ୍ତ ଖାଦ୍ୟ ସେ ସମ୍ପର୍କିତ ବିଷୟ ବସ୍ତୁ ଉପରେ ବ୍ଲକ୍ ସ୍ତରରେ ମନୋନୀତ ହୋଇ ଆସିଥିବା ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଖିତ ପରୀକ୍ଷା ସାଙ୍ଗକୁ ସେମାନଙ୍କ ପ୍ରକଳ୍ପ ପ୍ରସ୍ତୁତି ଉପରେ ପ୍ରଦର୍ଶିତ କରିବା ସହ ବିଭିନ୍ନ କ୍ଷେତ୍ରରେ ଏହାର ଗୁରୁତ୍ବ ଓ ଉପାଦେୟତା ଉପରେ ବିଚାରକ ମଣ୍ଡଳୀଙ୍କ ଠାରେ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମର ଉଦଯାପନୀ ତଥା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଫେସର ଡଃ ଜିତେନ୍ଦ୍ର ନାଥ ପଟନାୟକ ଯୋଗଦେଇ ପିଲାମାନେ ସେମାନେ ନିଜର ବୈଜ୍ଞାନିକ ଚିନ୍ତାଧାରା ଯେତେ ସବୁ ବଢାଇ ପାରିବେ ସମାଜ ପ୍ରତି ସେତେ ସେମାନଙ୍କ ଅବଦାନ ରହିବ , ସେଥିପାଇଁ ଏଥିପ୍ରତି ଛାତ୍ରଛାତ୍ରୀ ମାନେ ଅଧିକ ଯତ୍ନବାନ ହୋଇ ଆଗକୁ ବଢିବା ପାଇଁ ଆହ୍ବାନ କରିଥିଲେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର ,
ଜାଜପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସ୍ମlତିକ କୁମାର ପଟ୍ଟନାୟକ ଏବଂ ମହାବିଦ୍ୟାଳୟର ରାସାୟନିକ ବିଭାଗ ଅଧ୍ୟାପିକା ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଆଲୋଚନା ଚକ୍ର ର ମୁଖ୍ୟ ବିଷୟ ବସ୍ତୁ ମିଲେଟ୍ ଏକ ଉତ୍କୃଷ୍ଟ ପୌଷ୍ଟିକ ଖାଦ୍ୟ ଉପରେ କହି କଙ୍ଗୁ ଲମାଣ୍ଡିଆ, ସୁଆ ଜଅ ଭଳି ସୁଲଭ ଓ ଶସ୍ତା ମିଲଟ ଖାଇବା ଦ୍ୱାରା ପୁଷ୍ଟିସାର, ଖଣିଜ ଲବଣ, ଶ୍ୱେତ ସାର, ଆଇରନ ଓ ଭିଟାମିନ ଭଳି ପୁଷ୍ଟିକର ଖାଦ୍ୟ ମିଳେ।ତେଣୁ ଆଜି ସର୍ବ ଭାରତୀୟ ସ୍ତରରେ ମିଳେଟ ଜାତୀୟ ଖାଦ୍ୟ କୁ ଗୁରୁତ୍ଵ ଦିଆଯାଇ ୨୦୨୩ ମସିହା କୁ ଅନ୍ତରଜାତୀୟ ମିଲେଟ ବର୍ଷ ରୂପେ ପାଳିତ ହେଉଛି ବୋଲି କହିଥିଲେ।
ପ୍ରତି ବ୍ଲକ ରୁ ଚୟନ ହୋଇଥିବା ଛାତ୍ର,ଛାତ୍ରୀ ମାନେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।ସେମାନଙ୍କ ମଧ୍ୟରୁ ଖାରଡ଼ା ସ୍ଥିତ ବି.ଏମ ହାଇସ୍କୁଲର ଏ: ଝାନସି, ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି ସେମିନାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭୁବନେଶ୍ୱର ସ୍ଥିତ ରିଜିଓନାଲ ସାଇନ୍ସ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଏନ: ଜଗଦୀଶ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result