No Result
View All Result
୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ବିଶ୍ୱ ନିର୍ମାତା ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ରବିବାର ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଛି . ହିଞ୍ଜିଳିକାଟୁ ବିଶ୍ୱକର୍ମା ସମାଜ, ପୂର୍ବଖଣ୍ଡ ତାଲୁକା ପକ୍ଷରୁ ସହର ସ୍ଥିତ ବିଶ୍ୱକର୍ମା ମନ୍ଦିର ପୀଠରେ ନୂତନ ପୂଜା କମିଟି ଦ୍ୱାରା ମହା ସମାରୋହରେ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାତଃ ସୂର୍ଯ୍ୟ ପୂଜା ଓ ପୂଜାରମ୍ଭ ହୋଇ ପୂର୍ବାହ୍ନରେ ଯଜ୍ଞପବିତ ଧାରଣ ଓ ପୂର୍ଣ୍ଣାହୁତି ନୀତି ସମ୍ପନ୍ନ ହୋଇଥିଲା । ପରେ ପ୍ରଭୁଙ୍କୁ ଭକ୍ତ ଶ୍ରଦ୍ଧାଳୁ ଭୋଗ ନୈବେଦ୍ୟ ଅର୍ପଣ କରି କୃପାଭିକ୍ଷା କାମନା କରିଥିଲେ ।

ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ ଓ ବିଶ୍ୱକର୍ମା ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୁମାର ମହାରଣା, ସୀମାଞ୍ଚଳ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ କୂଳଭାଇ ଉପସ୍ଥିତ ଥିଲେ । ସେହିପରି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା କର୍ତ୍ତା ରୂପେ ଉପସ୍ଥିତ ରହି ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ କୃପାଭିକ୍ଷା କରିଥିଲେ ।

କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ସ୍ଥାନୀୟ ୱାଟକୋ ଅଣୁଖଣ୍ଡ ଓ ପୋଚିଲିମ୍ମା ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନରେ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି କନିଷ୍ଠ ଯନ୍ତ୍ରୀ ଶ୍ରୀଧର ଦାସ ଓ ଅଧ୍ୟକ୍ଷ ରାଜେଶ କୁମାର ତ୍ରିପାଠୀ ପ୍ରମୁଖ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ମହା ସମାରୋହରେ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

No Result
View All Result