No Result
View All Result
ମହାନ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାପାଳ

୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ଲେଖନପୁରସ୍ଥିତ ଵୃଦ୍ଧାଶ୍ରମରେ କୁରାଳର ବିଶିଷ୍ଟ ସଂସ୍କୃତିବିତ ସ୍ବର୍ଗତ ରାହାସ ବିହାରୀ ଖଟେଇଙ୍କ ଦ୍ଵିତୀୟ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ଆର୍ଯ୍ୟ ସମାଜ ରୀତିନୀତି ଅନୁଯାୟୀ ଵୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗ୍ରହଣରେ ଆନନ୍ଦ ଉଦ୍ଧିପନାର ସହ ଅନୁଷ୍ଠିତ ହୋଇଥିବାବେଳେ ଏହି ମହାନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଯୋଗ ଦେଇ ଅନ୍ତେ ବାସୀ/ଅନ୍ତେବାସିନୀ ମାନଙ୍କୁ ବସ୍ତ୍ରଦାନ କରିବା ସହ ସାମୁହିକ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.

ସ୍ବର୍ଗତ ଖଟେଇଙ୍କ ପରିବାର ତଥା ସମୁଦୀ ବିଶିଷ୍ଟ ସମାଜ ସେବୀ ଶ୍ରୀକାନ୍ତ ଖଟେଇ ସମୁଦୁଣୀ ତଥା ମୁନିସିପାଲିଟି ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହାନ ସାମାଜିକ ପରମ୍ପରାକୁ ଵୃଦ୍ଧାଶ୍ରମର କାର୍ଯ୍ୟକର୍ତ୍ତା ସମାଜ ସେବୀ ଅରୁଣ ମହାନ୍ତି,

ଶିକ୍ଷାବିତ ଶ୍ରୀଧର ସାହୁ, ସମାଜସେବୀ, ରୋଟାରୀଆନ ଧୀରେନ୍ଦ୍ର ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର, ସଞ୍ଜୟ ସ୍ୱାଇଁ, ରିତେନ୍ଦ୍ର ଛାଟୋଇ, ପ୍ରଦୀପ୍ତ ରଥ, ବିଭୁତି ଭୁଷଣ ସ୍ୱାଇଁ, ରବି ଦାସ, ସନ୍ତୋଷ ସାହୁ, ରାମକୃଷ୍ଣ ରଥ ପ୍ରମୁଖ ଆଗେଇ ନେଇଥିଲେ.


No Result
View All Result