No Result
View All Result
୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଜାତୀୟ ବିଜ୍ଞାନ କେନ୍ଦ୍ର (ଏନ୍.ଆଇ.ସି)ର ଉଚ୍ଚାଧିକାରୀମାନେ ଆଜି ଓଡ଼ିଶା ବିଧାନସଭା ବୁଲି ଦେଖିଛନ୍ତି । ବିଧାନସଭାର ଓଏସ୍ଡି-ତଥା-ସଚିବ ଶ୍ରୀ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ । ଓଡ଼ିଶା ବିଧାନସଭାରେ କମ୍ପୁ୍ୟଟରୀକରଣ ସମ୍ବନ୍ଧୀୟ ସ୍ଥିତି ଓ ଏହାର ଅଗ୍ରଗତି ସଂପର୍କରେ ସେମାନେ ସଚିବ ଶ୍ରୀ ଶତପଥୀଙ୍କଠାରୁ ପଚାରି ବୁଝିଥିଲେ ।

ଏନ୍ଆଇସିର ରାଜ୍ୟ ସଂଯୋଜକ ଶ୍ରୀମତୀ ରଚନା ଶ୍ରୀବାସ୍ତବ, ଡିଡିଜି ତଥା ଏସ୍ଆଇଓ ଡ. ଅଶୋକ କୁମାର ହୋତା, ଡିଡିଜି ତଥା ଏଏସ୍ଆଇଓ ଡ. ଆର୍.କେ. ଦାଶ ଓ ସିନିଅର ଡାଇରେକଫର (ଆଇଟି) ଶ୍ରୀ କପିଲ କୁମାର ଶର୍ମା ପ୍ରମୁଖ ବିଧାନସଭା ବୁଲି ଦେଖିଥିଲେ ।


No Result
View All Result