• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ ୬୧ ତମ ଜନ୍ମତିଥିରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ

Proprietor Abhimanyu Maharana by Proprietor Abhimanyu Maharana
September 13, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ ୬୧ ତମ ଜନ୍ମତିଥିରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ
Share on FacebookShare on TwitterWhatsapp

୧୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କୁ ତାଙ୍କର ୬୧ ତମ ଜନ୍ମତିଥି ଅବସରରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ମହାର୍ଘ ମୁହୂର୍ତ୍ତ ଉପଲକ୍ଷେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ( ଏ.ଏମ.ଏଫ) ତରଫରୁ ଆଭାସି ମଞ୍ଚରେ ଆୟୋଜିତ ସ୍ୱରାରବିନ୍ଦ ଉତ୍ସବରେ ଅରବିନ୍ଦ ମୁଦୁଲିଙ୍କର ବହୁ ପ୍ରଶଂସକ, ଅନୁଗାମୀ ଓ ଶୁଭେଚ୍ଛୁମାନେ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିବା ଦେଖା ଯାଇଥିଲା ।

ମହାସମାରୋହରେ ଅନୁଷ୍ଠିତ ଏହି ମହୋତ୍ସବର ଅଭୂତପୂର୍ବ ସଫଳତା, ପରଲୋକ ଗମନର ପାଞ୍ଚ ବର୍ଷ ବିତିଯାଇଥିବା ପରେ ମଧ୍ୟ ଓଡ଼ିଶାର ଜନମାନସରେ ଭଜନ ରାଜନ୍ ଶ୍ରୀ ମୁଦୁଲିଙ୍କର ବ୍ୟାପକ ଲୋକପ୍ରିୟତା ଏବେବି ଅତୁଟ ରହିଥିବାର ସ୍ପଷ୍ଟ ସୂଚନା ପ୍ରଦାନ କରିଥିଲା। ଏହି ଆଭାସି ସଭାରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ହୋ ଚି ମିନ୍ ଠାରେ ଅବସ୍ଥାପିତ ଭାରତୀୟ କନସଲ୍ ଜେନେରାଲ ଡଃ ମଦନ ମୋହନ ସେଠୀ,

ସ୍ବର୍ଗତଃ ଅରବିନ୍ଦ ମୁଦୁଲିଙ୍କର ଗାୟନ ଶୈଳୀ ଖୁବ ଭାବଗର୍ଭକ ଏବଂ ମାନସରୋମନ୍ଥନକାରୀ ବୋଲି ସୂଚାଇ ତାଙ୍କର ଅମର ଆତ୍ମା ପ୍ରତି ଭବ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାନବେରାସ୍ଥିତ ହିନ୍ଦୁ ମନ୍ଦିରର ସମ୍ପାଦକ ଓ ଲିଭିଂବ୍ଲିସ୍ ର ପ୍ରତିଷ୍ଠାତା ତରୁଣ ଅଗସ୍ତି, ଅରବିନ୍ଦ ମୁଦୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ବୋଲି ଦର୍ଶାଇ ବଡ ଠାକୁରଙ୍କ ଅସୀମ କୃପାରୁ ସେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ସହିତ ଯୋଡି ହେବାର ପରମ ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି କହିଥିଲେ .

ବିଶିଷ୍ଟ କବି ଓ ଏ.ଏମ.ଏଫ ର ଉପଦେଷ୍ଟା ଶରତ ଦାସ, ଭଜନ ସମ୍ରାଟ ଭିକାରୀ ବଳଙ୍କ ପରେ ଯଦି କୌଣସି ଗାୟକ ଶ୍ରୋତା ମାନଙ୍କର ହୃଦୟକୁ ଭକ୍ତି ସାଗରରେ ଭସାଇ ଦେବାକୁ ସକ୍ଷମ ହୋଇଥିଲେ, ସେ କେବଳ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲି ଥିଲେ ବୋଲି ଉଲ୍ଲେଖ କରି ଭକ୍ତି ସଙ୍ଗୀତ କ୍ଷେତ୍ର ପ୍ରତି ତାଙ୍କର ବଳିଷ୍ଠ ଅବଦାନ ଅତୁଳନୀୟ ବୋଲି ଦର୍ଶାଇଥିଲେ ।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡଃ ଅରୁଣ ପ୍ରହରାଜ ଓଡ଼ିଶାର ଉତ୍କୃଷ୍ଟ କଳା ଓ ଜଗନ୍ନାଥଙ୍କର ଶାଶ୍ଵତ ସଂସ୍କୃତିକୁ ପୁରା ପୃଥିବୀରେ ପ୍ରଚାର ଓ ପ୍ରସାର କରିବାରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିବା ଦର୍ଶାଇ ଏ.ଏମ.ଏଫକୁ ସାଧୁବାଦ ଜଣାଇବା ସହିତ ଏହାର ଉତ୍ତୋତ୍ତର ଉନ୍ନତି କାମନା କରିଥିଲେ। ସମ୍ମାନିତ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ,

ଅରବିନ୍ଦ ମୁଦୁଲି ଜଣେ ମହାନ ଓ ମହନୀୟ ସଙ୍ଗୀତଜ୍ଞ ଥିଲେ ବୋଲି ସୂଚାଇ ତାଙ୍କର ଅସାଧାରଣ ପ୍ରତିଭା ଓ ଆକାଶଚୁମ୍ୱି ପାରଦର୍ଶିତାର ସ୍ବର୍ଣ୍ଣାଭ ପରମ୍ପରାକୁ ଏ.ଏମ.ଏଫ ଏବଂ ତାଙ୍କର ଦୁଇ ଯୋଗ୍ୟ ଦାୟାଦ ଜଗବନ୍ଧୁ ଓ କୃପାସିନ୍ଧୁ ବଜାୟ ରଖିବା ସହିତ ଏହାକୁ ଅଧିକ ପରିପୃଷ୍ଟ କରିବେ ବୋଲି ଦମ୍ଭ ପ୍ରକାଶ କରିଥିଲେ। ସିଙ୍ଗାପୁର ସ୍ଥିତ ଓଡ଼ିଆ ସମାଜ ର ସଭାପତି ସୁବ୍ରତ ନାୟକ,

ସ୍ବର୍ଗତଃ ଅରବିନ୍ଦ ମୁଦୁଲି ଙ୍କର ସିଙ୍ଗାପୁର ଭଜନ କାର୍ଯ୍ୟକ୍ରମ ଜନସାଧାରଣରେ ସଦାସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରି ଏ.ଏମ.ଏଫକୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।  ୟୁ.କେ ଶ୍ରୀ ଜଗନ୍ନାଥ ସୋସାଇଟିର ଅଧ୍ୟକ୍ଷ ଡ଼ଃ ସହଦେବ ସ୍ବାଇଁ, ସ୍ୱର୍ଗତଃ ମୁଦୁଲିଙ୍କର ଯାଦୁଗରି ସ୍ୱର ଏବଂ ମର୍ମସ୍ପର୍ଶୀ ଲୟ ଚୀର କାଳ ପାଇଁ ତାଙ୍କୁ ଅମର କରି ରଖିଥିବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜାପାନ ଓଡ଼ିଆ ସମ୍ପ୍ରଦାୟର ସଭାପତି ପ୍ରତିମା ବେହେରା, ବ୍ୟାସଦେବ ନାୟକ, କୃପାନିଧି ବିଶ୍ଵାଳ, ଆମେରିକାରୁ ନୀଳମାଧବ ବିଷୋୟୀ ଓ ଡଃ ଦେବାଶିଷ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସ୍ବର୍ଗତଃ ମୁଦୁଲିଙ୍କର ସାଙ୍ଗୀତିକ ସ୍ମୃତି ପ୍ରତି ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ବିଶ୍ଵଶାନ୍ତି ଭଜନ ସନ୍ଧ୍ୟାର କଳାକାର ମାନଙ୍କ ଦ୍ବାରା ସ୍ୱରାରବିନ୍ଦ ଙ୍କର କାଳଜୟୀ ଲୋକପ୍ରିୟ ଭକ୍ତି ସଙ୍ଗୀତ ଗୁଡ଼ିକର ପରିବେଷଣ ଥିଲା।

ସ୍ୱର୍ଗତଃ ମୁଦୁଲିଙ୍କର ପଟ୍ଟଶିଷ୍ୟ ଯଥା ପୂର୍ଣ୍ଣଚନ୍ଦ୍ର ସାହୁ, ସୋନୁ ତ୍ରିଲୋଚନ ଦାସ, ଯୁଧିଷ୍ଠିର ଖୁଣ୍ଟିଆ, କେଳୁଚରଣ ମୁଦୁଲି, ରୋହିତ ପ୍ରଧାନ ଓ ବିଶ୍ବରଂଜନ ଆଦି କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ ଭଜନ ପ୍ରସ୍ତୁତି ସମଗ୍ର ପରିବେଶକୁ ଭକ୍ତି ଆଚ୍ଛାଦିତ କରିବା ସାଙ୍ଗକୁ ଶ୍ରୋତା ମାନଙ୍କୁ ଐଶ୍ୱରିକ ଅମୃତ ଆନନ୍ଦ ଆସ୍ୱାଦନ କରିବାର ସୁଯୋଗ ସୃଷ୍ଟି କରିଥିଲା।

ଗାୟକ ମାନଙ୍କୁ ତବଲା ରେ ସ୍ୱରାରବିନ୍ଦଙ୍କର ସୁଦକ୍ଷ ସନ୍ତାନ ଜଗବନ୍ଧୁ ମୁଦୁଲି, ଢ଼ୋଲରେ ସୁରେଶ ଦଳାଇ ଓ ମଳୟ କୁମାର ଦାସ, ଅକ୍ଟୋପ୍ୟାଡରେ ପଦ୍ମଚରଣ ସାହୁ, କିବୋର୍ଡ଼ ରେ ମଧୁସୂଦନ ରଥ ଏବଂ ବଂଶୀରେ ସୀମାଦ୍ରି ରାଓ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।  ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉଦଘୋଷକ ମୃତ୍ୟୁଞ୍ଜୟ ରଥ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଶେଷରେ ଏ.ଏମ.ଏଫର ସମ୍ପାଦକ ଜଗବନ୍ଧୁ ମୁଦୁଲି ଓ କୋଷାଧ୍ୟକ୍ଷ କୃପାସିନ୍ଧୁ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ମନୋଜ ନାୟକ, ଆମେରିକାରୁ ଅକ୍ଷୟ ମହାନ୍ତି ଓ ପ୍ରଭାତ ବେହେରା,କାନାଡ଼ାରୁ ସଞ୍ଜୟ ଦଳାଇ, ଗଲ୍ଫ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ପ୍ୟାରୀମୋହନ ମଲ୍ଲିକ, କୁଏତ ଓଡ଼ିଆ ସଂଘ ତରଫରୁ ଉମେଶ ପଣ୍ଡା, ସିଙ୍ଗାପୁରରୁ ଶୋଭାକର ନାୟକ, ହୃଷୀକେଶ ପାତ୍ର, ସୁକାନ୍ତି ପାତ୍ର, ସ୍ବର୍ଗତଃ ଅରବିନ୍ଦ ମୁଦୁଲିଙ୍କର ପତ୍ନୀ ସଂଯୁକ୍ତା ମୁଦୁଲି, ସୁମନ ସୁମିତ୍ରା ମୁଦୁଲି ଏବଂ ବନ୍ଦନା ବେହେରା ପ୍ରମୁଖ ସାମିଲ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

August 2, 2026
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version