• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାକ୍‍ ଅଧିକୃତ କାଶ୍ମୀରରେ ଲୁଚିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ମୋଦୀ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଜମ୍ମୁ କାଶ୍ମୀରରେ ସେମାନଙ୍କ ସମ୍ପତ୍ତି ଜବତ ହେବ

Proprietor Abhimanyu Maharana by Proprietor Abhimanyu Maharana
September 11, 2023
in ଓଡ଼ିଶା, ଦେଶ, ହୋମ୍
0
ପାକ୍‍ ଅଧିକୃତ କାଶ୍ମୀରରେ ଲୁଚିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ମୋଦୀ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଜମ୍ମୁ କାଶ୍ମୀରରେ ସେମାନଙ୍କ ସମ୍ପତ୍ତି ଜବତ ହେବ

Share on FacebookShare on TwitterWhatsapp

୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ପ୍ରୟାସରେ ଜମ୍ମୁ କାଶ୍ମୀରର ବାସିନ୍ଦା ତଥା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆଶ୍ରୟ ନେଇଥିବା ଆତଙ୍କବାଦୀଙ୍କର ସମ୍ପତ୍ତି ଜବତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ କାଶ୍ମୀରର ଅସ୍ଥିର ଅଞ୍ଚଳର ବାସିନ୍ଦା ଅସଂଖ୍ୟ ଆତଙ୍କବାଦୀ ପିଓକେରେ ଦୀର୍ଘକାଳ ଧରି ଶରଣ ନେଇଛନ୍ତି । ଏହି କାରଣରୁ ମୋଦୀ ସରକାରଙ୍କ ନେତୃତ୍ୱରେ ଜମ୍ମୁ କାଶ୍ମୀରରେ ଥିବା ସେମାନଙ୍କର ସମସ୍ତ ସମ୍ପତ୍ତି ଜବତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମର୍ମରେ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ପାକିସ୍ତାନରେ ଆଶ୍ରୟ ନେଇଥିବା ସମସ୍ତ ଆତଙ୍କବାଦୀଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦୃଢ ପ୍ରତିବଦ୍ଧତା ଆଧାରରେ ଏକ ଘୋଷଣାନାମା ଜାରି କରାଯାଇଛି ।

ତଦନୁଯାୟୀ ଜମ୍ମୁ କାଶ୍ମୀରର ମୂଳ ଅଧିବାସୀ ହୋଇ ଗିରଫ ଏଡାଇବାକୁ ପିଓକେକୁ ଚାଲିଯାଇଥିବା ଆତଙ୍କବାଦୀଙ୍କର ସମ୍ପତ୍ତି ବାଜ୍ୟାପ୍ତ କରାଯିବ । ଜମ୍ମୁ କାଶ୍ମୀର ପୋଲିସ ଅତ୍ୟନ୍ତ ସାବଧାନତାର ସହିତ ଆତଙ୍କବାଦୀମାନଙ୍କର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିଛନ୍ତି, ଯେଉଁମାନେ ଏକଦା ଏହି ଅଞ୍ଚଳର ବିଭିନ୍ନ ସେକ୍ଟରରେ ସକ୍ରିୟ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପିଓକେରେ ଆଶ୍ରୟ ନେଇଛନ୍ତି । ଏହି ପୂର୍ଣ୍ଣାଙ୍ଗ ତାଲିକାରେ ୧୯୯୦ରୁ ପିଓକେରେ ରହିଆସୁଥିବା ୪୨୦୦ରୁ ଅଧିକ ଆତଙ୍କବାଦୀଙ୍କର ନାମ ରହିଛି । ୧୯୯୦ରେ ବହୁସଂଖ୍ୟକ ଯୁବଗୋଷ୍ଠୀ ବେଆଇନ ଭାବରେ ନିୟନ୍ତ୍ରଣ ରେଖା ଟପି ପିଓକେରେ ପ୍ରବେଶ କରିଥିଲେ ଏବଂ ସେମାନେ ଏବେ ଜମ୍ମୁ କାଶ୍ମୀର ମଧ୍ୟରେ ପୁନର୍ବାର ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଏହିଭଳି ଆତଙ୍କୀଙ୍କର ସମ୍ପତ୍ତିଗୁଡିକ ସମ୍ପ୍ରତି ବାଜ୍ୟାପ୍ତ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ତାହା ଜାରି ରହିବ ।

ଆତଙ୍କବାଦ ମୁକ୍ତ ଭାରତ ନିମନ୍ତେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବା ଶ୍ରୀ ଶାହଙ୍କ ତତ୍ତ୍ୱାବଧାନରେ ନିୟନ୍ତ୍ରଣ ରେଖା (ଏଲ୍‍ଓସି) ଆରପଟୁ ଉଗ୍ରବାଦ କାର୍ଯ୍ୟକଳାପ ଚଳାଉଥିବା ଏହି ଆତଙ୍କବାଦୀଙ୍କ ଉପରେ କଡା ସତର୍କ ଦୃଷ୍ଟି ରଖାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ ସ୍ପଷ୍ଟ ଏବଂ ଦୃଢତାର ସହିତ କହିଛନ୍ତି ଯେ ଏହି ଆତଙ୍କବାଦୀଙ୍କ ପକ୍ଷରୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ନିମନ୍ତେ କୌଣସି ପ୍ରକାର ଉଦ୍ୟମ କରାଗଲେ ତାହାର ପରିଣତି ଭୟାବହ ହେବ । କାଶ୍ମୀର ଉପତ୍ୟକାର କୁଲଗାମ୍‍-ଶୋପିଆନ୍‍ ଜିଲ୍ଲାରୁ ଜମ୍ମୁ ଡିଭିଜନ୍‍ର ରାଜୌରୀ-ପୁଞ୍ଚ ଜିଲ୍ଲା ଆଡକୁ ଆସୁଥିବା ୯-୧୨ଜଣ ଆତଙ୍କବାଦୀ ଗୋଷ୍ଠୀ ମରଣାନ୍ତକ ଦଶା ଭୋଗିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ତିନିଜଣ ନିହତ ହୋଇଥିବାବେଳେ ଅବଶିଷ୍ଟ ଆତଙ୍କବାଦୀଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି ।

ଶ୍ରୀ ଶାହଙ୍କ ଦୂରଦୃଷ୍ଟି ଆଧାରରେ ନିଷିଦ୍ଧ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ବ୍ୟାପକ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ଶ୍ରୀ ଶାହ ଦୃଢତାର ସହିତ କହିଛନ୍ତି ଯେ ନିଷିଦ୍ଧ ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ସେଥିରୁ ହେଉଥିବା ବେଆଇନ ଆୟକୁ ନେଇ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖୁଛନ୍ତି । ସେଥିପାଇଁ ସମାନ ସମୟରେ ଆତଙ୍କବାଦ ଏବଂ ନିଷିଦ୍ଧ ନିଶାଦ୍ରବ୍ୟକୁ ଲକ୍ଷ୍ୟ କରି ଏହାକୁ ନିପାତ କରିବା ଅନିବାର୍ଯ୍ୟ ହୋଇପଡିଛି । ରାଷ୍ଟ୍ରର ଶାନ୍ତି ବଜାୟ ରଖିବାରେ ପ୍ରତିବନ୍ଧକ ହେଉଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସେମାନଙ୍କ ସମ୍ପୃକ୍ତି କାରଣରୁ ଜମ୍ମୁ କାଶ୍ମୀରର ସ୍ଥାନୀୟ ଆତଙ୍କବାଦୀଙ୍କର ସମ୍ପତ୍ତି ଜବତ ଏବଂ ବାଜ୍ୟାପ୍ତ କରାଯିବା କାର୍ଯ୍ୟ ଏକ ଶକ୍ତିଶାଳୀ ଭାରତ ଗଠନ ଦିଗରେ ଏକ ନୂତନ ପ୍ରୟାସକୁ ପ୍ରତିଫଳିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version