No Result
View All Result
୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ପବିତ୍ର ଶ୍ରୀକୃଷ୍ଟ ଜନ୍ମୋତ୍ସବ ଉପଲକ୍ଷେ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଥିବା କୈଳାସ ଜିଲ୍ଲାର ପୂର୍ବରେ ଅବସ୍ଥିତ ଇସ୍କନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧି ନିମନ୍ତେ ସେ ଭଗବାନ କୃଷ୍ଣଙ୍କର ଆଶିଷ କାମନା କରିଥିଲେ । ଏହି ପବିତ୍ର ଅବସରରେ ଶ୍ରୀ ଶାହ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସର୍ବତ୍ର “ହାତୀ ଘୋଡା ପାଲକି, ଜୟ କହ୍ନେୟା ଲାଲ୍କି’ ର ସଦ୍ଭାବନାପୂର୍ଣ୍ଣ ଉଚ୍ଚାରଣ ଲାଗି ରହିଥିଲା ।
ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହ କହିଥିଲେ ଯେ ଜନ୍ମାଷ୍ଟମୀ ଉତ୍ସବ ଅତ୍ୟନ୍ତ ନିଷ୍ଠା ଏବଂ ଉତ୍ସାହର ସହିତ ପାଳନ କରାଯାଉଛି ଏବଂ ଏହା ଜଣଙ୍କର ହୃଦୟକୁ ଉଲ୍ଲାସ ଓ ପବିତ୍ରତାରେ ଭରିଦେଉଛି । ଭଗବାନ ଶ୍ରୀକୃଷ୍ଠ ସମସ୍ତଙ୍କୁ ତାଙ୍କର ଆଶୀର୍ବାଦ ଦିଅନ୍ତୁ ବୋଲି ଶ୍ରୀ ଶାହ କାମନା କରିଥିଲେ । ସମଗ୍ର ରାଷ୍ଟ୍ରବ୍ୟାପୀ ଭକ୍ତଗଣ ଓ ଶ୍ରଦ୍ଧାଳୁମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ ।

ପ୍ରଭୁ ଶ୍ରୀକୃଷ୍ଠ ଏବଂ ଶ୍ରୀ ରାଧାଙ୍କ ନିକଟରେ ଗଭୀର ଭକ୍ତିରେ ନିମଜ୍ଜିତ ଶ୍ରୀ ଅମିତ ଶାହଙ୍କର ଏକ ଚିତ୍ର ସାଧୁସନ୍ଥମାନଙ୍କ ଗହଣରେ ଦେଖିବାକୁ ମିଳିଥିଲା । ଭଗବାନ ବିଷ୍ଣୁଙ୍କର ଏକ ଅବତାର ପ୍ରଭୁ ଶ୍ରୀକୃଷ୍ଣ ଶ୍ରୀ ହରି ଅବତାରର ଜଣେ ପ୍ରତୀକ । ସର୍ବନିୟନ୍ତାଙ୍କର ବିଭିନ୍ନ ରୂପ ମଧ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ସର୍ବଶ୍ରେଷ୍ଠ ଅବତାର ଭାବରେ ପୂଜିତ ହେଉଛନ୍ତି ଏବଂ ସେ ତାଙ୍କର ଅତୀତର ବହୁବିଧ ଲୀଳାକୁ ନେଇ ସେ ପୂଜା ପାଉଛନ୍ତି । ତାଙ୍କର ବାଲ୍ୟକାଳର ଲବଣିଖିଆ ଚପଳତା ଠାରୁ ନେଇ ଗୋପୀମାନଙ୍କ ସହିତ ତାଙ୍କର ସ୍ନେହପ୍ରେମ ଭାବ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ତାଙ୍କର ସମସ୍ତ ସ୍ୱର୍ଗୀୟ ଭୂମିକାରେ ଅପରୂପ ଆନନ୍ଦ ଭରିଦେଇଛନ୍ତି ।
ବିଜେପିର ଅନ୍ୟତମ ବରିଷ୍ଠ ନେତା ଶ୍ରୀ ଅମିତ ଶାହ ଜଣେ ସୁଦକ୍ଷ ରାଜନେତା କେବଳ ନୁହନ୍ତି, ସେ ଜଣେ ଧର୍ମପରାୟଣ ବ୍ୟକ୍ତି ମଧ୍ୟ ଅଟନ୍ତି । ରାଷ୍ଟ୍ର ଏବଂ ରାଷ୍ଟ୍ରର ନାଗରିକଙ୍କର ପ୍ରଗତି ଓ କଲ୍ୟାଣ ନିମନ୍ତେ ତାଙ୍କର ନିଷ୍ଠାର ପଟାନ୍ତର ନାହିଁ । ପ୍ରତ୍ୟେକ ପର୍ବପର୍ବାଣୀ ପାଳନ ଅବସରରେ ଶ୍ରୀ ଶାହ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହର ସହିତ ସେଥିରେ ଅଂଶଗ୍ରହଣ କରି ରାଷ୍ଟ୍ରର ସମୃଦ୍ଧି ନିମନ୍ତେ ଭଗବାନଙ୍କର ଆଶୀର୍ବାଦ ଭିକ୍ଷା କରନ୍ତି । “ଜୟ ଶ୍ରୀ କୃଷ୍ଣ” ଉଚ୍ଚାରଣ ମଧ୍ୟରେ ଶ୍ରୀ ଶାହ ଆଶା ପ୍ରକାଶ କରିଥିଲେ ଯେ ଶ୍ରଦ୍ଧା ଏବଂ ଭକ୍ତିର ଏହି ଉତ୍ସବ ସମସ୍ତ ଦେଶବାସୀଙ୍କ ମଧ୍ୟରେ ତାଜା ଉତ୍ସାହ ଏବଂ ଭକ୍ତିଭାବ ଭରିଦେବ ।

No Result
View All Result