୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ଏନଏସି ଅନ୍ତର୍ଗତ କୁଞ୍ଜବନଗଡ଼ ପରିଡ଼ା ସାହିର ଦିଲ୍ଲୀପ କୁମାର ପରିଡା (୪୫) ବର୍ଷଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ଘଟିଥିବା ଆଜି ଜଣା ପଡିଛି l ଦିଲ୍ଲୀପ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏକ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା l
ସୁଚନାଯୋଗ୍ୟ ଯେ ଅଗଷ୍ଟ ଦିତୀୟ ସପ୍ତାହରେ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତେଣ୍ଡାବାଡ଼ି ପଞ୍ଚାୟତର ଖଳିସାହି ଗ୍ରାମର ସଂଜୟ କୁମାର ନାୟକ ( ୨୯ ବର୍ଷ ) ଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଡେଙ୍ଗୁ ରୋଗରେ ମୃତ୍ୟୁ ଘଟିଥିଲା |














