୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଇଟାମାଟି :-> ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର, ଇଟାମାଟି ଠାରେ ଜନ୍ମଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ୧୬୦ଜଣ ଶିଶୁ ଭାଇଭଉଣୀ ରାଧାକୃଷ୍ଣ ବେଶ ଧାରଣ କରି ଆସିଥିଲେ,ପ୍ରଥମେ ଫାଟକ ନିକଟରେ ସ୍ବାଗତ ବ୍ୟବସ୍ଥା କରାଯାଇଥିଲା,ତାପରେ ସେମାନଙ୍କୁ ବୌଦ୍ଧିକ ମଣ୍ଡପରେ ହୋମଯଜ୍ଞ କରିବା ପରେ ଶ୍ରୀମାନ ରାକେଶ ପାଣିଗ୍ରାହୀ ଭାଗବତ ପୁରାଣ ପାଠ କରିଥିଲେ,

ତାପରେ କୁନି କୁନି ଶ୍ରୀକୃଷ୍ଣ ବେଶ ଧରି ଆସିଥିବା ଭାଇ ଭଉଣୀମାନଙ୍କୁ ବନ୍ଦାପନା କରାଯାଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ରଜନୀକାନ୍ତ ମିଶ୍ର ଓ ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଲ୍ ମହୋଦୟ ଯଜ୍ଞ ସଂପୂର୍ଣ୍ଣ କରିଥିଲେ । ଶିଶୁବାଟିକା ପ୍ରମୁଖା ଶ୍ରୀମତୀ ଟୁନି ଦେଇ , ସମସ୍ତ ଗୁରୁଜୀଗୁରୁମା ଓ ସେବକସେବିକାଙ୍କ ସହଯୋଗରେ ଦହି ମାଠିଆ ଭଙ୍ଗା ,

ଦୋଳି ଝୁଲଣ , ନଗରଭ୍ରମଣ,ରାଧାକୃଷ୍ଣଙ୍କୁ ଅଭିଭାବକ ମାନେ ସାହି ସାହି ରେ ବନ୍ଦାପନା କାର୍ଯ୍ୟକ୍ରମ କରିବା ସହିତ ମାଠିଆ ଭାଙ୍ଗିବା କାର୍ଯ୍ୟକ୍ରମ କରାଇଥିଲେ ତା ସହିତ ସମସ୍ତଙ୍କୁ ମିଠା ବ୍ୟବସ୍ଥା ମଧ୍ୟ କରାଇଥିଲେ । ଏହା ପରେ ଶିଶୁ ଭାଇଭଉଣୀ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା.















