No Result
View All Result
୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଆଜି ପବିତ୍ର ଗୁରୁଦିବସ ।ସୂଚନା ଅନୁସାରେ ଏହି ଆବସରରେ ଆଜି ଦଶପଲ୍ଲା ଗୁରୁପୂଜନ କମିଟି ତରଫରୁ ସ୍ଥାନୀୟ ନେତାଜୀ ମଇଦାନ ଠାରେ ଏହି କାର୍ଯ୍ୟକ୍ରମକୁ ବହୁ ଧୁମ୍ ଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ , ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ବ୍ଲକଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶାଲା,ଏନ୍ଏସି ଅଧ୍ୟକ୍ଷା ଇଁ.ପୁନମ ପ୍ରିୟଦର୍ଶିନୀ ,

ଏନଏସି ଉପାଧକ୍ଷ କିଶୋର ଚନ୍ଦ୍ର ଦାସ,ଦଶପଲ୍ଲା ତହସିଲ୍ ଦାର ଶ୍ରୀକୁମାର ରଥ,ବିଡ଼ିଓ ସଞ୍ଜୟ କୁମାର୍ ଆଚାର୍ଯ୍ୟ, ଲକ୍ଷ୍ମୀଧର ସାହୁ ଗୁରୁଦିବସ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ତତ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର , ଉପାୟନ ପ୍ରଦାନ ପୂର୍ବକ ସମ୍ମାନ କରାଯାଇଥିଲା ।


No Result
View All Result