୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ମାନସିକ ଅନଗ୍ରସର ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଘଟଣାରେ ଅଜା ବୟସର ବ୍ୟକ୍ତିଙ୍କୁ ଗିରଫ କଲା ନାଚୁଣୀ ଥାନା । ପୋଲିସ ଅଭିଯୁକ୍ତକୁ ଗିରଫ କରି ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ ଜେନ୍ଦ୍ର ରେ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଵିଶେଷ ସୂତ୍ରରୁ ପ୍ରକାଶ- ଅଞ୍ଚଳର ଜଣେ ମାନସିକ ଅନଗ୍ରସର ମହିଳା ଘର ବାରଣ୍ଡାରେ ସୋଇଥିବା ବେଳେ ସେହି ଗ୍ରାମର କିଶୋର ତରାଇ ୫୭ ବର୍ଷ ମହିଳାଙ୍କୁ ଫୁସୁଲାଇ ଏକ ନିକାଂଚନ ସ୍ଥାନକୁ ନେଇଥିଲେ।

ସେଠାରେ ନିଜର କାମନା ଚରିତାର୍ଥ କରିବା ଉଧେଷ୍ୟରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଯନ୍ତ୍ରଣାରେ ଜର୍ଜରୀତ ମହିଳା ଘଟଣା ସମ୍ପର୍କରେ ଘରେ କହିବା ପରେ ନାଚୁଣୀ ଥାନାରେ ଲିଖୁତ ଅଭିଯୋଗ କରିଥିଲେ ।ଅଭିଯୋଗ ପରେ ନାଚୁଣୀ ଥାନା ପୋଲିସ ଗ୍ରାମରେ ତୁରନ୍ତ ଚଢ଼ାଉ କରି ଅଭିଯୁକ୍ତ କିଶୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।














