୨୮ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ ବିଧାୟକ ତଥା ବିଧାନସଭା ଉପମୁଖ୍ୟ ସଚେତକ ସରୋଜ ମେହେର୍ ଙ୍କୁ ପୁଣି ଏକ ନୂଆଁ ଦାୟିତ୍ଵ ମିଳିଛି l ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଧାୟକ ସରୋଜ ମେହେର ଏକ ଦାୟିତ୍ୱ ସମ୍ପନ୍ନ ଜିଲ୍ଲା ପ୍ଲାନିଂ କମିଟି ର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି l ଜିଲ୍ଲା ପ୍ଲାନିଂ ଡିପାର୍ଟମେଣ୍ଟ କାର୍ଯ୍ୟାଳୟ ର ଚିଠି ସଂଖ୍ୟା,
୧୫୮୫୬ ଅନୁଯାୟୀ ବିଧାୟକ ଶ୍ରୀ ସରୋଜା କୁମାର ମେହେର ଙ୍କୁ ଏହି ଦାୟିତ୍ଵ ଅର୍ପଣ କରାଯାଇଛି l ବଲାଙ୍ଗିର ଜିଲ୍ଲା ପ୍ଲାନିଂ କମିଟି ର ଅଧ୍ୟକ୍ଷ ପଦ ପାଇଁ ମନୋନୀତ ହୋଇଥିବାରୁ ଶ୍ରୀ ମେହେର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ଦାୟିତ୍ଵକୁ ସେ ନିଷ୍ଠା ଓ ଦକ୍ଷତାର ସହ ନିର୍ବାହ କରିବେ ବୋଲି ମତ ପ୍ରକାଶ କରିଛନ୍ତି l














