୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ରାଜ୍ୟ ସରକାର ଓଡ଼ିଶାର ଏସ ଏଚ ଜି ଗୋଷ୍ଠୀର ମହିଳା ମାନେ କିଭଳି ଭାବରେ ରୋଜଗାର କ୍ଷମ ହୋଇପାରିବେ, ସେନେଇ ମିଶନ ଶକ୍ତି ଗଠନ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ଏସ ଏଚ ଜି ମହିଳା ଗୋଷ୍ଠୀ ବ୍ୟାଙ୍କରୁ ରୁଣ ନେଇ ବିଭିନ୍ନ କାର୍ଯ୍ୟ କରି ନିଜକୁ ଏବଂ ପରିବାରକୁ ସ୍ୱାବଲମ୍ବି କରିପାରିବେ ।

ମହିଳା ଏସ ଏଚ ଜି ଗୋଷ୍ଠୀଙ୍କୁ ଏନେଇ ଏକ ଦକ୍ଷତା ତାଲିମ ଶିବୀର ,ସିଏମସି ୫୮ ନମ୍ବର ୱ।ର୍ଡ଼ର ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରେ ଅନୁଷ୍ଠିତ ହୋଇଥିଲା । ଧାକୁଲେଇ ଗ୍ରାମ ଉନ୍ନୟନ କମିଟିର ସଂପାଦକ ପ୍ରମୋଦ କୁମାର ବେହେରାଙ୍କ ସଞ୍ଚାଳନରେ ଅନୁଷ୍ଠିତ ଦକ୍ଷତା ଶିବିରରେ ସିଏମସି ୫୮ ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ସିଟି ମିଶନ ମ୍ୟାନେଜମେଣ୍ଟର କାର୍ଯ୍ୟକର୍ତ୍ତା ଲାଲଟି ବବିସ୍ମୀତା, ସିଓ ସୁନିତା ସାହୁ,

ଶରତ କୁମାର ଜେନା ପ୍ରମୁଖ ଯୋଗଦେଇ ଏସ ଏଚ ଜି ମହିଳା ଗୋଷ୍ଠୀଙ୍କର ଦକ୍ଷତା ପରକ୍ଷୀଥିଲେ । ଏସ ଏଚ ଜି ଗୋଷ୍ଠୀର ସଦସ୍ୟା ମାନେ କିଭଳି ଭାବେ ନିଜର ଦକ୍ଷତା ବୃଦ୍ଧି କରିପାରିବେ ସେନେଇ ବୁଝାଇଥିଲେ । ଏହି ଦକ୍ଷତା ତାଲିମ ଶିବିରରେ ୫୮ ନମ୍ବର ୱ।ର୍ଡ଼ ର ବିଭିନ୍ନ ଏସ ଏଚ ଜି ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ ।














