୧୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ ଜିଲ୍ଲା ରଣପୁର :-> “ଓଡ଼ିଶା ଜୀବନ ଦାନ ଅଭିଜାନ ” ତରଫରୁ ଆଜି ଅଗଷ୍ଟ 20 ତାରିଖ ରେ ଶରଣ କୁଳ ଯାତ୍ରୀ ନିବାସ ଠାରେ ବିଶିଷ୍ଟ ଲେଖକ ବିଶ୍ବନାଥ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶରୀର ଦାନ ସଙ୍କଳ୍ପ ଶିବିର ଅନୁଷ୍ଠିତ ହୋଇଥିଲା । ଜୀବନ ଦାନ ଅଭିଯାନର ରାଜ୍ୟ ସଂଞ୍ଜୋଜକ ଦେବେନ୍ଦ୍ର ସୂତାର ଶରୀର ଦାନ ଏକ ମହତ ଦାନ ସମ୍ପର୍କରେ ସଚେତନ କରିବା ସହ ଏହି କାର୍ଯ୍ୟକୁ ଜିଲ୍ଲାରେ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।

ନୟାଗଡ ଜିଲ୍ଲା ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ନବାଗତ ଶ୍ରୀଯୁକ୍ତ ସୂଚାରୁ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶରୀର ଦାନ କରିଥିବା 25 ଜଣଙ୍କୁ ଉପ ଢୌକନ ଓ ମାନପତ୍ର ଦେଇ ସନମାନିତ କରିଥିଲା ବେଳେ ଶରୀର ଦାନ ପାଇଁ ଉସ୍ଚାହିତ୍ କରିଥିଲେ । ରଣପୁର ଅଞ୍ଚଳର ସମାଜ ସେଵୀ ସୁରେଶ ସ୍ବାଇଁ ଓ ସଞ୍ଜୁକ୍ତା ସେଠୀ “ମାନବ ସେବା କୁ , ମାଧବ ସେବା ” ଭାବେ ଗ୍ରହଣ କରି ଆଲୋଚକ ଙ୍କ ଆଲୋଚନା ରେ ଉସ୍ଚାହିତ ହୋଇ ମେଡ଼ିକାଲ କଲେଜର ଡାକ୍ତରୀ ଛାତ୍ର ମାନେ ପାଠ ପଢିବା,

ଚିକିସ୍ଚା ବିଜ୍ଞାନର ବିକାଶ ସହ ପୀଡ଼ିତ ମାନଙ୍କୁ ଅଙ୍ଗଦାନ ପାଇଁ ଇଛା ପତ୍ରରେ ସ୍ଵାକ୍ଷର କରି ସଙ୍କଳ୍ପ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ପରିଡା ଓ ତାଙ୍କ ସହ ଧର୍ମିଣି ଳିଲି ବାଳା ପରିଡା ମଧ୍ୟ ଶରୀର ଦାନ ପାଇଁ ଇଛା ପତ୍ର ରେ ସ୍ଵାକ୍ଷର କରିଛନ୍ତି। ଏହି ସେବା ମୂଳକ କାର୍ଯ୍ୟ କୁ ରଣପୁର ଅଞ୍ଚଳରେ ସଫଳ କରିବା ସହ ଆଗ୍ରହୀ ବ୍ୟକ୍ତି ବିଶେଷ ଙ୍କୁ ଅଙ୍ଗ ଦାନ ଓ ଶରୀର ଦାନ ରେ ସାମିଲି କରିବାକୁ ସଙ୍କଳ୍ପ ଶିବିର ରଣପୁର ରେ ଅନୁଷ୍ଠିତ କରିବାକୁ ଶ୍ରୀ ସ୍ବାଇଁ ଅଙ୍ଗୀକାର କରିଛନ୍ତି।
















