• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
August 17, 2023
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ
Share on FacebookShare on TwitterWhatsapp

୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ୧୪ ତାରିଖ ମଧ୍ଯ ରାତ୍ର ସମୟରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସହରରେ ମଶାଲ ଶୋଭାଯାତ୍ରା ,ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ଘ ୬.୩୦ ମିନଟ ସମୟରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କ ଠାରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ,ସକାଳ ୭.୩୦ ମି ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ନିଜ ବକ୍ତବ୍ୟରେ ଦେଶ ତଥା ଆମ ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ କଳାହାଣ୍ଡି ଜିଲ୍ଲାର ସ୍ବାସ୍ଥ୍ୟ,କୃଷି,ଗମନାଗମନ,ଜଳସେଚନ, ୫ଟି ହାଇସ୍କୁଲ ,ଉତ୍କେଲା ଏୟାର ଷ୍ଟ୍ରିପ, ମିଶନ ଶକ୍ତି, ମେଡ଼ିକାଲ କଲେଜ ବିଷୟ ଉଲ୍ଲେଖ କରି ଲୋକଙ୍କ ଜୀବନ ମାନଦଣ୍ଡ ଆହୁରି ଆଗକୁ ନେବାକୁ ହେଲେ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଠିକ୍ ଦାୟିତ୍ଵ ଓ କର୍ତ୍ତବ୍ୟ ତୁଲାଇବାକୁ ଆହ୍ଵାନ କରିଥିଲେ।ପତାକା ମଞ୍ଚରେ ମୂଖ୍ୟ ଅତିଥୀ ଙ୍କ ସହ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଉପସ୍ଥିତ ଥିଲେ ।

ପ୍ୟାରେଡ ପଡ଼ିଆରେ ମୋଟ ୪୧ ଟି ଶିକ୍ଷାନୁଷ୍ଠାନ ଓ ପୋଲିସ ପ୍ଲାଟୁନ୍ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଠାରୁ ପ୍ୟାରେଡ ପ୍ରତିଯୋଗିତାର ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ। ସିନିଅର ଏନ୍ ସି ସି ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ (ଆର୍ମି ୱିଂ ), ଜୁନିଅର ଏନ୍ ସି ସିରେ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ , ସ୍କାଉଟରେ ମାଣିକେଶ୍ଵରୀ ହାଇ ସ୍କୁଲ ଗାଇଡରେ ସିଟିଜନ ଇଂଲିଶ ମୋଡେଲ ବିଦ୍ୟାଳୟ,ଜୁନିଅର ରେଡକ୍ରସରେ ସରସ୍ଵତୀ ବିଦ୍ୟା ମନ୍ଦିର ବ୍ରଜବିହାର,ସିନିୟର୍ ସିଭିଲିଏନରେ ପୋଲିସ ହାଇସ୍କୁଲ୍ ,ଜୁନିଅର ସିଭିଲିଏନ୍ ରେ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର, ବେଷ୍ଟ ପ୍ଲାଟୁନ କମାଣ୍ଡର ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ (ନାଭାଲ ୱିଂ) ର କମାଣ୍ଡର ରନିଂ ଶିଲ୍ଡ ଓ ଟ୍ରଫି ପୁରସ୍କାର ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଉତ୍କୃଷ୍ଟତା ଲାଭ କରିଥିବା ବିଦ୍ୟାର୍ଥୀ /ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।ବି ଏସ ଇ ହାଇସ୍କୁଲ ଦଶମ ବାର୍ଷିକ ପରୀକ୍ଷା ୨୦୨୩ ରେ ସର୍ବୋଚ୍ଚ ମାର୍କ ରଖିଥିବା ପଞ୍ଚାୟତ ହାଇସ୍କୁଲ୍ ଛାତ୍ରୀ ପ୍ରିୟଦର୍ଶିନୀ ନାଏକଙ୍କୁ ଜିଲ୍ଲା ପ୍ରଶାସନ ଟ୍ରଫି ,ସେଭଳି ସି ବି ଏସ ଇ ଦଶମ ବୋର୍ଡ଼ରେ ହାଇଟେକ୍ ପବ୍ଲିକ ସ୍କୁଲର ଛାତ୍ରୀ ଜିଗିଶା ଭୋଇ, ଆଇ ସି ଏସ ଇ ଦଶମ ବୋର୍ଡରେ ବିମଳା କନଭେଣ୍ଟର ଛାତ୍ର ଓମ୍ ଧ୍ୱନି ତ୍ରିପାଠୀ ,ସରକାରୀ ଏସ ଏସ ଡି ହାଇସ୍କୁଲ୍ ମଧ୍ୟରେ ବି ଏସ ଇ ଦଶମ ବୋର୍ଡରେ ସର୍ବୋଚ୍ଚ ମାର୍କ ରଖିଥିବା ଗୋପାଳପୁର ଏସ ଏସ ଡି ହାଇସ୍କୁଲ୍ ଛାତ୍ରୀଙ୍କୁ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘଙ୍କ ଦ୍ଵାରା ପ୍ରଦତ୍ତ ମାନପତ୍ର ଓ ଟ୍ରଫିକୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଆଇ ସି ଏସ ଇ ଦଶମ ବୋର୍ଡ ସର୍ବୋଚ୍ଚ ମାର୍କଧାରିଙ୍କୁ ସ୍ବର୍ଗତ ମହେଶ୍ୱର ନାୟକ ସ୍ମୃତି ରନିଂ ସିଲଡ ପ୍ରଦାନ କରାଯାଇଥିଲା । ସେହିଭଳି ସି ଏଚ ଏସ ଇ +୨ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ବିଜ୍ଞାନ ବିଭାଗରେ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ର ସୁଜିତ୍ ସାହୁ ବାଣିଜ୍ୟରେ ବିକାଶ ଆବାସିକ ବିଦ୍ୟାଳୟର ତନିଶା ବଂଶଲ୍, କଳା ବିଭଗର ଗୋଲାମୁଣ୍ଡା ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶାନ୍ତ କୁମାର ଧକ୍କଡ୍ ଓ ସି ବି ଏସ ଇ+୨ବୋର୍ଡ ବିଜ୍ଞାନ ବିଭାଗରେ ହିମାଂଶୁ ସିଂଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଦତ୍ତ ସ୍ବର୍ଗତ କିରଣ ଚନ୍ଦ୍ର ସିଂହ ଦେଓ ସ୍ମୃତି ସମ୍ମାନ ସମ୍ମାନୀତ କରାଯାଇଥିଲା ।

କେନ୍ଦ୍ରୀୟ ଲୋକସେବା ଆୟୋଗରେ ମାନ୍ୟତା ହାସଲ କରିଥିବା ଦୁଇ ଜଣ ପ୍ରତିଯୋଗୀ ପାର୍ଥନା ପ୍ରତୀକ୍ଷା ପ୍ରଧାନ ୬୭୦ ରେଂକ୍ ଓ ସିଦ୍ଧାନ୍ତ ବେସ୍ରା ୮୮୭ ରେଙ୍କ୍ ତଥା ଭାରତୀୟ ବନ ସେବା ରେ ସିଦ୍ଧାର୍ଥ ଜୈନ ୯୧ ରେଙ୍କ ଙ୍କୁ ବାଳ ଗୋପାଳ ସେବା ନିକେତନ ପ୍ରଦତ୍ତ ଟ୍ରଫି ପ୍ରଦାନ କରାଯାଇଥିଲା।ବି ଏସ ଇ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷା ଓଡ଼ିଆରେ ସର୍ବୋଚ୍ଚ ମାର୍କ ରଖିଥିବା ଅଦ୍ଵୈତ ପଣ୍ଡା,ପ୍ରିୟଦର୍ଶିନୀ ନାଏକ,ରିନୁ ଭୋଇ,ପ୍ରିୟଙ୍କା ପାଣିଗ୍ରାହୀ, ପଲ୍ଲବୀ ରଣାଙ୍କୁ ସୁପର ଗ୍ୟାସ ପ୍ରଦତ୍ତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ପ୍ୟାରେଡ଼ ପଡ଼ିଆରେ ପ୍ୟାରେଡ୍ ମାର୍ଚ୍ଚର ସଂଚାଳନ ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ ମୁଣ୍ଡ କରିଥିଲେ। ପ୍ୟାରେଡ ବିଚାରକ ରୂପେ ଶ୍ରୀ ଦୂର୍ଗା ପ୍ରସାଦ ମିଶ୍ର,ଶ୍ରୀ ମଦନ ସିଂହ,ସି ଆର୍ ପି ଏଫ୍,ଶ୍ରୀ ସନ୍ତୋଷ ବିଶ୍ଵାଳ ଯୋଗ ଦେଇଥିଲେ।ପ୍ୟାରେଡ ପଡିଆ କାର୍ଯ୍ୟକ୍ରମପରେ ମୁଖ୍ୟ ଅତିଥି କର୍ମଚାରୀ ଭବନରେ ଅନୁଷ୍ଠିତ ରକ୍ତଦାନ ଶିବିରର ଉଦ୍ଘାଟନ,ମୁଖ୍ୟ ଡାକ୍ତରଖାନାର ଜେନେରାଲ ୱାର୍ଡ,ଶିଶୁ ୱାର୍ଡ,ଜିଲ୍ଲା କାରାଗାର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅପରାହ୍ନ ୪.୦୦ ଘ ସମୟରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲାପାଳ ଏକାଦଶ ଓ ଜିଲ୍ଲା ସାମ୍ବାଦିକ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଜିଲ୍ଲାପାଳ ଏକାଦଶ ୨-୧ ରେ ବିଜୟୀ ହୋଇଥିଲା।ସେଭଳି ଟାଉନ୍ ହଲ୍ ଠାରେ ସଂଧ୍ୟା ୬.୦୦ ଘ ସମୟରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ୭.୮.୨୦୨୩ ରେ ଅନୁଷ୍ଠିତ ସ୍କୁଲ ଓ କଲେଜ ସ୍ତର ପ୍ରବନ୍ଧ, ବକ୍ତୃତା,ଚିତ୍ରାଙ୍କନ,ସଙ୍ଗୀତ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସନ୍ଧ୍ୟା କାର୍ଯ୍ୟକ୍ରମରେ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ ୱାନ୍ ଏବଂ ତ୍ରିଲୋଚନ ପାତ୍ର,ପୌର ପରିଷଦ ଅଧ୍ୟକ୍ଷ ସଂଯୁକ୍ତା ବେହେରା ,ଉପ ଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପ୍ୟାରେଡ୍ ଗ୍ରାଉଣ୍ଡ ଓ ଟାଉନ୍ ହଲର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ ଡ ଉମେଶ ଚନ୍ଦ୍ର ଶତପଥୀ କରିଥିଲେ । ପ୍ୟାରେଡ୍ ଗ୍ରାଉଣ୍ଡ ର ପୁରସ୍କାର ବିତରଣରେ ଶିକ୍ଷକ ରବି କାନୁନଗୋ, ଶୁଭେନ୍ଦୁ ଶେଖର ବେହେରା ,ସଞ୍ଜୟ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। । ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୨୩ ଟି ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version