୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ସଇଁନ୍ଧା ବାଲିସାହି ନିକଟସ୍ଥ କାଠଯୋଡ଼ିର ଶାଖା ସିଢୁଆ ନଦୀ ପାଣିକୁ ଦଶ ମାସର ଝିଅକୁ ଧରି ଡେଇଁ ପଡ଼ିଲା ବାପା ।
ଆଜି ମଧ୍ୟାହ୍ନ ଗୋଟାଏ ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି କଟକ ସଦର ଥାନା ଅଞ୍ଚଳରେ । ଏହି ଘଟଣାର ଖବର ପାଇ କଟକ ସଦର ପୋଲିସ ଏବଂ ବାରଙ୍ଗ ଅଗ୍ନି ଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସିଢୁଆ ନଦୀ ପାଣିକୁ ଡେଇଁଥିବା ବ୍ୟକ୍ତିଙ୍କର ନାମ ପ୍ରକାଶ ପ୍ରଧାନ । ତାଙ୍କ ଘର କନ୍ଦରପୁର ଥାନା ଦଣ୍ଡୁଆସିପଡା ଗ୍ରାମରେ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇଛନ୍ତି । ହେଲେ ବାପାକୁ ଉଦ୍ଧାର କରି ପାରିନଥିଲେ । ପ୍ରକାଶ ନିଜ ଶଶୁର ଘର ସୁମାଣ୍ଡିରେ ରହୁଥିଲା ।
ଅଗ୍ନି ଶମ କର୍ମଚାରୀ ମାନେ ପ୍ରକାଶକୁ ଉଦ୍ଧାର କରିପାର ପାଇଁ ଉଦ୍ୟମ ଯାରି ରଖିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଘଟି ସ୍ୱାମୀ ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରା ଯାଉଛି । ପ୍ରକୃତ ଘଟଣା ଜଣାପଡ଼ି ନାହିଁ ।















