୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଲାଠୋର :-> ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ବିଭିନ୍ନ ଷ୍ଟେସନଗୁଡିକର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ହେଇଛି । ଏହି ଯୋଜନାରେ ରବିବାର ଓଡିଶାର ୫୭ ଟି ରେଲ ଷ୍ଟେସନ ଅନ୍ତର୍ଭୁକ୍ତ ଥିବା ବେଳେ ସେଥି ମଧ୍ୟରୁ ବଲାଙ୍ଗିର ଜିଲାର ହରିଶଙ୍କର ରୋଡ ରେଲ ଷ୍ଟେସନ ସ୍ଥାନ ପାଇଛି । ଏହି ଅବସରରେ ହରିଶଙ୍କର ରୋଡ ଷ୍ଟେସନ ପରିସର ମଧ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂଦେଓ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁଷାଲ, ସମ୍ବଲପୁର ରେଲ ମଣ୍ଡଳର ସିଏସଟି ଉପେନ୍ଦ୍ର ଭୁମିଜ, ଏସଡିଇଇ ରିତେଶ କୁମାର ମେହେର ଯୋଗଦେଇଥିଲେ । ରେଲ ବିଭାଗ ତରଫରୁ ବିଭିନ୍ନ ଛାତ୍ରଛତ୍ରୀମାନଙ୍କୁ ନେଇ ପ୍ରତିଯୋଗୀତା କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରଷ୍କୃତ କରିଥିଲେ । ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଦିବା ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହି ଅବସରରେ ସୁଶ୍ରୀ ଜୟଶ୍ରୀ ଭଇଁଷାଲ ବଲାଙ୍ଗିର ସାଂସାଦଙ୍କୁ ହରିଶଙ୍କର ରୋଡ ଷ୍ଟେସନରେ ଏହି ରେଳ ପଥ ଦେଇ ଯାତାୟତ କରୁଥିବା ତିନୋଟି ସୁପରଫାଷ୍ଟ ଏକ୍ସପ୍ରେସ ଅଜମେର-ପୁରୀ, ବିଶାଖାପାଟନମ- ଲୋକମାନ୍ୟତିଲକ, ପୁରି-ଅହ୍ମଦାବାଦ ଟ୍ରେନ ରହଣି ଓ ରବିବାର ଦିନ ରିଜର୍ଭଭେସନ ଟିକେଟ କାଉଣ୍ଟର ଖୋଲା ରଖିବା ପାଇଁ ଅନୁରୋଧ କରିଥିଲେ । ସମ୍ବଲପୁର ରେଲ ମଣ୍ଡଳ ପ୍ରବନ୍ଧକଙ୍କୁ ଏସଡିଇଇ ରିତେଶ କୁମାର ମେହେରଙ୍କ ମାଧ୍ୟମରେ ଗ୍ରାମବାସୀ ତରଫରୁ ମାରୱାଡି ଯୁବାମଞ୍ଚ, ସାବାସ ଅନୁଷ୍ଠାନ ଭୁତଳ ପୋଲ, ଟ୍ରେନ ରହଣି ସହ ବିଭିନ୍ନ ସମସ୍ୟାକୁ ନେଇ ଦାବୀ ପତ୍ର ପ୍ରଦାନ କରିଥିଲେ ।














