• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାଫିଆଙ୍କ ନିୟନ୍ତ୍ରଣରେ ବନବିଭାଗ : ୨ ପିକଅପ ଭ୍ୟାନରୁ ୧୫୫ଟି ଶାଗୁଆନ କାଠ ପଟା ଜବତ

Proprietor Abhimanyu Maharana by Proprietor Abhimanyu Maharana
August 4, 2023
in ଓଡ଼ିଶା, ଗଞ୍ଜାମ, ହୋମ୍
0
ମାଫିଆଙ୍କ ନିୟନ୍ତ୍ରଣରେ ବନବିଭାଗ : ୨ ପିକଅପ ଭ୍ୟାନରୁ ୧୫୫ଟି ଶାଗୁଆନ କାଠ ପଟା ଜବତ
Share on FacebookShare on TwitterWhatsapp

୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବ୍ରହ୍ମପୁର ବନାଞ୍ଚଳ, ତଥା ହିଞ୍ଜିଳିକାଟୁ ବନ ବିଭାଗର କଣ୍ଟେଇକୋଳି ଗ୍ରାମ ନିକଟରୁ ବନବିଭାଗ ଭିଜିଲାନ୍ସ ଟିମ ଅତର୍କିତ ଚଢାଉ କରି ୨ଟି ପିକଅପ ଭ୍ୟାନରୁ ୧୫୫ଟି ମୂଲ୍ୟବାନ ଚୋରା ଶାଗୁଆନ କାଠ ପଟା ଜବତ କରିଛି । ଜବତ କାଠ ପଟାର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ବ୍ରହ୍ମପୁର ବନବିଭାଗ ଭିଜିଲାନ୍ସ ନିକଟରେ ଚୋରା କାଠ ଚାଲାଣ ନେଇ କୌଣସି ସୂତ୍ରରୁ ଖବର ମିଳିଥିଲା।ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଶୁକ୍ରବାର ସକାଳେ ଭିଜିଲାନ୍ସ ଓ ମୋବାଇଲ୍ ଟିମ୍ ମିଳିତ ଭାବେ ଚଢାଉ କରି ୨ଟି ପିକଅପ ଭ୍ୟାନ (ଏପି୩୦ଓ୍ବାଇ ୪୭୫୪ ଓ ଓଆର ୦୭ଜେ ୭୦୬୬) ରେ ଚୋରା ଚାଲାଣ ହେଉଥିବା ମୂଲ୍ୟବାନ ଶାଗୁଆନ କାଠ ପଟା ଗାଡ଼ିକୁ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମ ଗୌଡ଼ ସାହି ନିକଟରୁ ଜବତ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ କୌଶଳ କ୍ରମେ ଉଭୟ ଗାଡି ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ଜବତ ଗାଡ଼ି ଓ ଶାଗୁଆନ କାଠ ପଟା ସବୁକୁ ହିଞ୍ଜିଳିକାଟୁ ବନପାଳଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ଜବତ ଶାଗୁଆନ କାଠ ପଟା କେଉଁସ୍ଥାନରୁ ଆସି କେଉଁଠିକୁ ଚାଲାଣ କରାଯାଉଥିଲା ତାହା ସଠିକ୍ ଜଣାପଡିନାହିଁ । ଚଢ଼ାଉରେ ବ୍ରହ୍ମପୁର ବନବିଭାଗ ଭିଜିଲାନ୍ସ ବନପାଳ ଏନ୍ ବାଲାଜୀ ରେଡ୍ଡୀ, ଫରେଷ୍ଟଗାର୍ଡ ଉମା ଚରଣ ପାତ୍ର, ବିନାୟକ ରଞ୍ଜନ କର, ମୋବାଇଲ୍ ଟିମ୍ ଫରେଷ୍ଟଗାର୍ଡ ଶାନ୍ତି ବେହେରା ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ହିଞ୍ଜିଳି ଥାନାର ଏଏସଆଇ ବିନୟ ଶବର ଓ ଏଏସଆଇ ମନୋଜ ସେନାପତି, କନଷ୍ଟେବଳ ସରୋଜ ରଣସିଂହ ଓ ଦଣ୍ଡପାଣି ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ। ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସୋରଡ଼ା, ଗାଙ୍ଗପୁର ଅଞ୍ଚଳରୁ ପ୍ରତ୍ୟହ ବହୁ ଘରୋଇ ଯାତ୍ରୀବାହୀ ବସ୍ ଯୋଗେ ହିଞ୍ଜିଳିକାଟୁ ସହର ଦେଇ ବାଉଁଶ,କାଠପଟା,ଘରୋଇ ଉପକରଣ ଓଔଷଧୀୟ ବୃକ୍ଷର ବକଳ, ଛାଲି ,ଚେର ଆଦି ଜଙ୍ଗଲଜାତ ଦ୍ରବ୍ୟ ଖୁଲମ ଖୁଲା ଚୋରା ଚାଲାଣ ହେଉଛି । ସ୍ଥାନୀୟ ବନପାଳ ଓ ବନରକ୍ଷୀ ଏସବୁ ଜଙ୍ଗଲଜାତ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ଅବଗତ ଥିଲେ ମଧ୍ୟ ନିଦାବିଷ୍ଣୁ ସାଜି ନିରବତା ଅବଲମ୍ବନ କରୁଥିବା ଜଣାପଡିଛି।

ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ହାତଗଣତି କିଛି କାଠ ବେପାରୀଙ୍କୁ ବିକ୍ରି ପାଇଁ ବିଭାଗୀୟ ଲାଇସେନ୍ସ ମିଳିଛି।କିନ୍ତୁ ହିଞ୍ଜିଳିକାଟୁ ବନ ବିଭାଗ ଅଧୀନରେ ଥିବା ବିଭିନ୍ନ ଗାଁ ଗଣ୍ଡାରେ ଛତୁ ଫୁଟିଲା ପରି କାଠ ସରଞ୍ଜାମ ଓ କାଠ ବ୍ୟବସାୟ ଚାଲୁ ରହିଛି। ହିଞ୍ଜିଳିକାଟୁ ଠାରେ ଥିବା ବନବିଭାଗର ଆବାସିକ ଓ କାର୍ଯ୍ୟାଳୟରେ ବହୁ ସମୟରେ ବନପାଳ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି।ଏପରି ସ୍ଥଳେ ଚୋରା କାଠ ଚାଲାଣ ଏବେ କାଠ ମାଫିଆଙ୍କ ପାଇଁ କୁଟୀର ଶିଳ୍ପରେ ପରିଣତ ହୋଇଛି।ଏଠାରେ ନିୟୋଜିତ ଥିବା ବନପାଳଙ୍କ ଦେଖା ଦର୍ଶନ ମିଳୁ ନ ଥିଲା ବେଳେ କାର୍ଯ୍ୟାଳୟଟି କେବଳ ନାଁ କୁ ଅଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିବା ସହ ଚଢ଼ାଉ ନ ହେବା ଫଳରେ କାଠ ମାଫିଆ ଗୋଷ୍ଠୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛନ୍ତି।ସ୍ଥାନୀୟ ବନ ବିଭାଗ ଅଞ୍ଚଳ ଦେଇ ବିଭିନ୍ନ ସ୍ଥାନରୁ ଚୋରା କାଠ ଆମଦାନୀ ଓ ରପ୍ତାନି ଏବେ କାଠ ମାଫିଆଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି।ଏଣୁ ବନପାଳ ଓ ବନରକ୍ଷୀଙ୍କ ନିଷ୍କ୍ରିୟତା,ଅପାରଗତା ଓ ଅନୁପସ୍ଥିତିର ସୁଯୋଗ ନେଇ ବିଭିନ୍ନ ଯାନ ବାହନରେ ବେଧଡକ ଚୋରା କାଠ ଚାଲାଣ ହେଉଥିବା ବେଳେ ସ୍ପଷ୍ଟ ଦିବାଲୋକରେ ହିଞ୍ଜିଳିକାଟୁ ଅଞ୍ଚଳ ଦେଇ ୨ଟି ପିକଅପ ଭ୍ୟାନ ଯୋଗେ ମୂଲ୍ୟବାନ ଶାଗୁଆନ କାଠ ପଟା ଚୋରା ଚାଲାଣ ବିଭାଗର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version