୨୮ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ସଦର :- ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ କାଠଯୋଡ଼ି ନଦୀ କୂଳସ୍ଥ ବଂଶୀଧର ସ୍ମୃତି ଉଦ୍ୟାନରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳନ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ପରିବେଶ ସୁରକ୍ଷା ଅଭିଯାନ ଅବସରରେ ସ୍ଥାନୀୟ ଯୁବକ ଓ ପିଲାମାନଙ୍କୁ ସାମିଲ କରାଯାଇ ସୁସ୍ଥ ଜୀବନ ଯାପନ ପାଇଁ ପ୍ରତ୍ୟେକ ମଣିଷ ନିଜ ନିଜର ପାରିପାଶ୍ଵିକ ପରିବେଶ ସୁରକ୍ଷାକୁ ବ୍ରତ ଭାବରେ ଗ୍ରହଣ କରିବା ପାଇଁ ଆହ୍ବାନ ଦିଆ ଯାଇଥିଲା ।













