୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତର ଜକରାପଲ୍ଲୀ ନିକଟରେ ଧାବମାନ ବେଲଘାଇ କେନାଲ୍ ହିଡ଼ରେ ଆଜି ବରଗଛ ସୁରକ୍ଷା ସମିତି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମିଳିତ ପ୍ରୟାସ କ୍ରମେ ୨୦୮ ବଟ ଓସ୍ତ ବୃକ୍ଷଚାରା ରୋପିତ କରାଯାଇଅଛି ।ଆୟୋଜିତ କାର୍ଯ୍ୟକ୍ରମକୁ ପରିବେଶବିତ୍ତ୍ ନେବେଲ୍ ଏସିଆ ପୁରସ୍କାର ପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରାୟ ମୂଖ୍ୟ ଅତିଥି ରୂପେଯୋଗଦେଇ ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପ୍ରଥମେ ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ କହିଥିଲେ।ଆୟୋଜିତ କାର୍ଯ୍ୟକ୍ରମକୁ ଶେରଗଡ଼ ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟକୁ ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିବେଶପ୍ରେମୀ ପ୍ରକୃତିମଣିଷ ଲୋକନାଥ ପରିଡ଼ା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

ତଥା ପରିବେଶ ସୁରକ୍ଷା କର୍ମୀ ଚନ୍ତାମଣି ପଲାଇ ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ପ୍ରମୁଖ ସହାୟକ ହୋଇଥିବା ବେଳେ ମାନବାଧିକାର ପ୍ରବକ୍ତା ଆଇନଜୀବୀ ତଥା ସାମ୍ବାଦିକ ପାରମ୍ପରିକ ପ୍ରାକୃତିକ ଚିକିତ୍ସକ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ସହାୟକ ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତିମଣିଷ ପରିବେଶପ୍ରେମୀ ତଥା ଆର୍ଯ୍ୟଭଟଶିକ୍ଷାନୁଷ୍ଠାନର ନିର୍ଦେଶକ ସୁଧିର ରାଉତ , ସାମାଜିକ କର୍ମୀ ସୀମାଞ୍ଚଳ ଗୌଡ଼, ରଂଜନ କୁମାର ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାୟାଧର ବିଶୋୟୀ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଖେଳଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବୃକ୍ଷଚାରା ରୋପିତ କାର୍ଯ୍ୟକ୍ରମ ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରାକୃତିକ ସୁରକ୍ଷା ବୃକ୍ଷଚାରା ରୋପିତ ଘେନି ଏକ ସଚେତନତା ସଭା ହୋଇଥିଲା ଏହି ସଭାଟିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଚେତନ ହୋଇଥିଲେ ।














