୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା :- ନୂଆଗଡ ବ୍ଲକ ବଣବିଲ ଗ୍ରାମରେ ଶତାଧିକ ମହିଳା ଓ ପୁରୁଷ କଂଗ୍ରେସ ପରିତ୍ୟାଗ କରିଛନ୍ତି । ଅନେକ ଦଶନ୍ଧିରୁ କଂଗ୍ରେସ ସହ ଜଡିତ ଥିଲେ ମଧ୍ୟ ବର୍ତ୍ତମାନ ସମୟରେ କଂଗ୍ରେସ ଦଳର ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକେ କଂଗ୍ରେସ ଛାଡିବା ସହ ବିଜୁ ଜନତା ଦଳର ଲୋକପ୍ରିୟତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ଦୁଇ ଦଶନ୍ଧି ଧରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ବିକାଶର ଧାରା ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଛନ୍ତି।

ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ପାଳକଙ୍କ ଦ୍ବାରା ଶପଥ ପାଠ ଏବଂ ପ୍ରାର୍ଥନା କରି ଅଞ୍ଚଳବାସୀ ବିଜେଡିରେ ସାମିଲ ହୋଇଥିବା ଘୋଷଣା କରିଥିଲେ । ଆଗକୁ ୨୦୨୪ ନିର୍ବାଚନ ଆସୁଥିବା ବେଳେ ସ୍ଥାନେ ସ୍ଥାନେ ଲୋକେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଉଛନ୍ତି । ଯାହା କଂଗ୍ରସ ପାଇଁ ଚିନ୍ତାର ବିଷୟ ମଧ୍ୟ ସାଜିଛି । ତେବେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଉପସଭାପତି ଜେମ୍ସ୍ ରାଇକା,

ବ୍ଲକ ବିଜେଡି ସଭାପତି ଯୋହନ ମାଝୀ, ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ସଦସ୍ୟ ପ୍ରସନ୍ନ ଦଳେଇ , ସୁନ୍ଦରଡାଙ୍ଗ ସରପଞ୍ଚ ଯାକୁବ ମାଝୀ ଏବଂ ସାଂସଦ ପ୍ରତିନିଧି ରିଙ୍କୁ ପାଣି ପ୍ରମୁଖ ଯୋଗଦେଇ ଦଳୀୟ ଉପଢୌକନ ଦେଇ ଦଳରେ ସାମିଲ ହେଉଥିବା ଲୋକଙ୍କୁ ସ୍ବାଗତ କରିଥିବାବେଳେ ବହୁ ସଂଖ୍ୟାରେ ଅଞ୍ଚଳବାସୀ, ସ୍ଥାନୀୟ ଜନ ପ୍ରତିନିଧି ଏବଂ ବିଜେଡି କର୍ମୀ ଉପସ୍ଥିତ ଥିଲେ.














