• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଦର୍ଶ ହରାଉଛି ପୁରୁଷତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ : ବର୍ଷକ ମଧ୍ୟରେ କାନ୍ଥ ଫାଟିଲାଣି – ଗେଟ ରୁ ଟାଇଲ ଖସିଲାଣି

Proprietor Abhimanyu Maharana by Proprietor Abhimanyu Maharana
July 25, 2023
in ଓଡ଼ିଶା, ଢେଙ୍କାନାଳ, ହୋମ୍
0
ଆଦର୍ଶ ହରାଉଛି ପୁରୁଷତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ : ବର୍ଷକ ମଧ୍ୟରେ କାନ୍ଥ ଫାଟିଲାଣି – ଗେଟ ରୁ ଟାଇଲ ଖସିଲାଣି
Share on FacebookShare on TwitterWhatsapp

ସ୍ଥାୟୀ ପରିଚାଳନା କମିଟି ଗଠନ ହେଲାନି, ପୂର୍ବ ବର୍ଷର ଡ୍ରେସ ,ଜୋତା ପଇସା ମିଳିଲାନି

୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ପୁରୁଷୋତ୍ତମପୁର ଠାରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲିବାର ବର୍ଷକ ମଧ୍ୟରେ ବହୁ ସମସ୍ୟା ଦେଇ ଗତି କରୁଛି । ୨୦୨୨ ମସିହା ରେ ଏହି ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ରେ ଶେଷ ହୋଇଥିଲା । ପୂର୍ତ୍ତ ବିଭାଗ ଜରିଆରେ ୪ କୋଟି ୨୧ ଲକ୍ଷ ୫୭ ହଜାର ଟଙ୍କାରେ ନିର୍ମିତ ଏହି ବିଦ୍ୟାଳୟ ରେ ସମୁଦାୟ ୧୮ ଟି ଶ୍ରେଣୀଗୃହ,୫ ଟି ଲବୋରେଟରି,ଗୋଟିଏ ଲାଇବ୍ରେରୀ, ଚାରୋଟି ଶୌଚାଳୟ ନିର୍ମାଣ ହୋଇଥିଲା । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦.୧୧.୨୦୨୧ ରେ ଏହି ବିଦ୍ୟାଳୟ କୁ ଆଭାସି ଜରିଆରେ ଉଦଘାଟନ କରିଥିଲେ ।

ବର୍ତମାନ ଗୋଟିଏ ଲବୋରେଟରୀ କାର୍ଯ୍ୟକ୍ଷମ /ବ୍ୟବହୃତ ହେଉଛି। ପିଲାଙ୍କ ପାନୀୟ ଜଳ ପାଇଁ ଗୋଟିଏ ଆକ୍ୱାଗାର୍ଡ ଲଗାଯାଇଛି । ଗତବର୍ଷ ଷଷ୍ଟ ଶ୍ରେଣୀ ରେ ସମୁଦାୟ ୮୨ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଥିଲେ ଓ ଚଳିତ ବର୍ଷ ମଧ୍ୟ ୮୨ ଜଣ ଏହିପରି ସମୁଦାୟ ୧୬୪ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅଧ୍ୟକ୍ଷା ଙ୍କୁ ମିଶାଇ ୮ ଜଣ ଶିକ୍ଷକ , ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ୩ ଜଣ ପିଅନ ମଧ୍ୟ ନିଯୁକ୍ତି ହୋଇଛନ୍ତି । ମାତ୍ର ଦୁଃଖର ବିଷୟ ହେଉଛି ଏହି ବିଦ୍ୟାଳୟ ନିର୍ମାଣ ର ବର୍ଷକ ମଧ୍ୟରେ କାନ୍ଥ ଫାଟି ଆଁ କଲାଣି ଓ ପଲସ୍ତରା ଛାଡ଼ିଲାଣି । ମୁଖ୍ୟ ଫାଟକ ଓ ରଙ୍ଗ କାମ ୫- ଟି ଅଧୀନ ରେ ଏକତାଳି ପଞ୍ଚାୟତ ଜରିଆରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ।

ମୁଖ୍ୟ ଫାଟକ ରୁ ଟାଇଲ ଖାସୁଥିବାରୁ କୋମଳମତି ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଭାବକ ମାନେ ମଧ୍ୟ ନିରାପଦ ମଣୁ ନାହାନ୍ତି । ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ନବନିର୍ମିତ କୋଠା ଓ ଗେଟ ରୁ ଟାଇଲ ଖସୁଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।ଗତ ବର୍ଷ ଶିକ୍ଷାଦାନ ଆରମ୍ଭ ପୂର୍ବରୁ ତତ୍କାଳୀନ ବି ଇ ଓ ପ୍ରତାପ କୁମାର ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅଭିଭାବକ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପିଲା ମାନଙ୍କର ଡ୍ରେସ ଓ ଜୋତା ପାଇଁ ୧ ହଜାର ଟଙ୍କା ଦିଆଯିବ ,ଆପଣ ମାନେ ଡ୍ରେସ ଜୋତା ନିଜେ କିଣିବା ପାଇଁ କୁହାଯାଇଥିଲା ।

କିନ୍ତୁ ଅଦ୍ୟାବଧି ଏହି ପଇସା ମିଳିଲାନି। ଚଳିତ ବର୍ଷ ଯଦିଓ ପିଲାଙ୍କୁ ଡ୍ରେସ ଜୋତା ବିଦ୍ୟାଳୟ ତରଫରୁ ଦିଆଯାଇଛି ତେବେ ବାଳିକା ମାନଙ୍କୁ ଜ୍ୟାକେଟ ମିଳିନାହିଁ ।ବାଳିକା ମାନେ ଖାଲି ଡ୍ରେସ ପିନ୍ଧି କେମିତି ଯିବେ ? ଗତ ବର୍ଷ ହାଉସ ଡ୍ରେସ ପାଇଁ ପ୍ରତ୍ୟେକ ପିଲାଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ନିଆଯାଇ ଟ୍ରାକ ସୁଟ ଓ ଟି ସାର୍ଟ ଦିଆଯାଇଥିଲା । ଚଳିତ ବର୍ଷ ହାଉସ ଡ୍ରେସ ମିଳିନାହିଁ । ଗତ ବର୍ଷ ଜୁନ ରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ପିଲାମାନେ ଟିଫିନ୍ ନେଇ ଯାଉଥିଲେ ଓ ଚଳିତ ବର୍ଷ ଜାନୁଆରୀ ଠାରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି ।ଗତବର୍ଷ ମଧ୍ୟାହ୍ନ ଭୋଜନ ବାବଦରେ ଦୁଇ ଥର ସମୁଦାୟ ଆଠ ଶହ ଟଙ୍କା ପିଲାଙ୍କ ଆକାଉଣ୍ଟ କୁ ଆସିଥିଲା ।

ବର୍ଷକ ମଧ୍ୟରେ ଯଦିଓ ଏକାଧିକ ବାର ଅଭିଭାବକ ମାନଙ୍କର ବୈଠକ ହୋଇଛି ,ପ୍ରତି ବୈଠକ ରେ ଜଣେ ଜଣେ ଅଭିଭାବକ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । କେଉଁ ଅଦୃଶ୍ୟ କାରଣରୁ ଅଦ୍ୟାବଧି ସ୍ଥାୟୀ ପରିଚାଳନା କମିଟି ଗଠନ କରାଯାଇନାହିଁ ,ତାହା ବୁଝାପଡୁନାହି । ଗତ ଜୁନ ମାସ ୨୪ ତାରିଖ ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ପାଇଁ ଶିଳାନ୍ୟାସ କରିଥିବା ବେଳେ ବିଦ୍ୟାଳୟ ରେ ଛାତ୍ରାବାସ ନିର୍ମାଣ ଶେଷ ହୋଇ ସାରିଲାଣି । ଶିଳାନ୍ୟାସ ପୂର୍ବରୁ କିଭଳି କାମ ଆରମ୍ଭ ହୋଇ ଶେଷ ହେଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଛାତ୍ରାବାସ କେବେ ଖୋଲିବ ତାହା ଜିଲ୍ଲାପାଳ ନିଷ୍ପତି ନେବେ ବୋଲି କୁହା ଯାଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version