• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ବାସୀ ଏଇୟା ହିଁ ଚାହାଁନ୍ତି : ସିଦ୍ଧାର୍ଥ ପଣ୍ଡାଙ୍କ ଭଳି ନେତା ଆମକୁ ଦରକାର

Proprietor Abhimanyu Maharana by Proprietor Abhimanyu Maharana
July 26, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର ବାସୀ ଏଇୟା ହିଁ ଚାହାଁନ୍ତି : ସିଦ୍ଧାର୍ଥ ପଣ୍ଡାଙ୍କ ଭଳି ନେତା ଆମକୁ ଦରକାର
Share on FacebookShare on TwitterWhatsapp

ରଣପୁର ରାଜନୀତିରେ ଲେଉଟା ବେଳ… !!

ଅସନ୍ତୋଷ ଭାବ ପ୍ରକାଶ କରି ଅଭିମାନରେ ଦୂରେଇ ଗଲେ ଦଳଠାରୁ ପୂର୍ବତନ ବିଧାୟକ ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ସୁପୁତ୍ର ସିଦ୍ଧାର୍ଥ ପଣ୍ଡା ।

ଅଭିମାନରେ ସେ ନିରବ ରହିଲେ କିମ୍ବା ଅନ୍ୟ ଦଳକୁ ଚାଲିଗଲେ ମଧ୍ୟ ମନ କିନ୍ତୁ ତାଙ୍କର ବିଜୁ ଜନତା ଦଳରେ ।

 ୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀରେ ଏବେ ଆଉ ସେ ସମୟର ରାଜନୀତି ନାହିଁ । କେତେ ରାଜନୈତିକ ଆକ୍ରୋଶ ଓ ଚକ୍ରବ୍ୟୁହରେ ପେଶି ହୋଇ ଆଜି ଏ ବିଧାନସଭା କ୍ଷେତ୍ର ସମଗ୍ର ରାଜ୍ୟରେ ଅବହେଳିତ । ବିଚାର କଲେ ଜଣା ପଡେ ଏହି କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବାର ସିଂହ ଭାଗ ସୁଯୋଗ ଯାଇଛି କଂଗ୍ରେସ ଓ ବିଜୁ ଜନତା ଦଳକୁ । ସେ ସମୟରୁ ଆଜି ପର୍ଯ୍ୟନ୍ତ କିନ୍ତୁ ଯେତିକି ବିକାଶ ମୂଳକ କାର୍ଯ୍ୟ ରଣପୁରରେ ହେବାକଥା ତାହା ଆଖି ଦୃଶିଆ କିମ୍ବା ଉତ୍ସାହ ଜନକ ନୁହେଁ । ତଥାପି ସତୁରୀ ଦଶକ ରାଜନୀତିକୁ ଅବଲୋକନ କଲେ ଜଣାଯାଏ ଯେ ଯିଏ ଅଣ କଂଗ୍ରେସ ରାଜନୀତିରେ ନିଜକୁ ସମର୍ପି ଗରିବ,ଖଟିଖିଆ ଓ ମେହନତି ମଣିଷର ଅନ୍ତର୍ବେଦନାକୁ ଉପଲବ୍ଧି କରି ଆଖିରେ ଆଖିଏ ସ୍ୱପ୍ନ ନେଇ ରଣପୁର ବିଧାନସଭା କ୍ଷେତ୍ରର ସାମୁହିକ ଉନ୍ନତି/ବିକାଶ କରିବା ପାଇଁ ଆଗେଇ ଯାଆନ୍ତି ସିଏ ହେଉଛନ୍ତି ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡା । ସାମୁହିକ ଉନ୍ନତିକୁ ନଜରରେ ରଖି ଗରିବ ଖଟିଖିଆ ମେହନତି ମଣିଷର କାନ୍ଧରେ କାନ୍ଧ ମିଳେଇ କୃଷି ଓ କୃଷକ ଉନ୍ନତି କରିବା ପାଇଁ ଅଣ୍ଟା ଭିଡିଥିଲେ ।

କୃଷିକ୍ଷେତ୍ରରେ ଜଳ ସେଚନର ସୁବିଧା ନିମନ୍ତେ ତାଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ସହାୟତାରେ ନିର୍ମିତ ହୋଇଥିଲା ଭେଟବର ଡ୍ୟାମ୍ । ରଣପୁର ଅଞ୍ଚଳର ହଜାର ହଜାର ହେକ୍ଟର ଜମିରେ ଜଳସେଚିତ ହେଲା । କୃଷକର ଦୁଃଖ ଲାଘବ ହୋଇଥିଲା । ରାସ୍ତାଘାଟ,ଶିକ୍ଷା,ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯଦିଓ କିଛିଟା ସୁଧାରିବା ପୂର୍ବରୁ ଅସମ୍ଭବ ଥିଲା, ତାଙ୍କ ପ୍ରତିନିଧତ୍ୱ ସମୟରେ ତାଙ୍କର ଅଦମ୍ୟ ଉଦ୍ୟମ ବଳରେ ସେ କ୍ଷେତ୍ରରେ ବ୍ୟାପକ ଉନ୍ନତି ସମ୍ଭବ ହୋଇ ପାରିଥିଲା । ସ୍ୱତନ୍ତ୍ର କ୍ଷେତ୍ର ପ୍ରସ୍ତୁତ କରିଥିଲେ ରାଜ୍ୟ ରାଜନୀତିରେ । ସେଇଥିପାଇଁ ତ ସେ ବିଧାନସଭା ସଭାକୁ ତିନି ତିନି ଥର ପ୍ରତିନିଧତ୍ୱ କରିବା ପାଇଁ ସୁଯୋଗ ପାଇଛନ୍ତି ସତୁରୀ ରୁ ଅଶୀ ଦଶକ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଭାବେ ତାଙ୍କର ସ୍ୱତନ୍ତ୍ର ଦବଦବା ଥିଲା ରାଜ୍ୟ ରାଜନୀତିରେ । ଏପରିକି ଜାତୀୟ ରାଜନୀତିରେ ମଧ୍ୟ ପରିଚୟ ତିଆରି କରିବାରେ ସେ ଥିଲେ ସିଦ୍ଧହସ୍ତ । ରାଜ୍ୟ ବାହାରେ ପଶ୍ଚିମ ବଙ୍ଗ,ତାମିଲନାଡୁ,ଆନ୍ଧ୍ର ପ୍ରଦେଶ,ମଧ୍ୟ ପ୍ରଦେଶ,ମହାରାଷ୍ଟ୍ର ରାଜ୍ୟରେ ତାଙ୍କର ଥିଲା ଲୋକ ପ୍ରିୟତା । ଜାରି ରଖିଥିଲେ ସମାଜ ସେବା । ସମୟର ସାୟାହ୍ନରେ ଥକ୍କି ପଡିନଥିଲେ ସେ । ନୂଆ ରଣପୁର ପାଇଁ ସ୍ୱପ୍ନ ଦେଖୁଥିଲେ ସଦା ସର୍ବଦା ।

ସମୟ ତାଙ୍କୁ ସୁଯୋଗ ଦିଏ ଶେଷ ସମୟରେ ରାଜ୍ୟ ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା ହିସାବରେ ଦଳର ନୟାଗଡ଼ ଜିଲ୍ଲା ସଭାପତି ପଦବୀ ଦେଇ ।  ନୟାଗଡ଼ ବିଜୁ ଜନତା ଦଳର ସଭାପତି ପଦରେ ଅଭିସିକ୍ତ ହୁଅନ୍ତି ୧୯୯୮ମସିହାରେ ସ୍ୱର୍ଗତ ରମେଶ ପଣ୍ଡା । ସ୍ୱର୍ଗତ ଭାଗବତ ବେହେରାଙ୍କୁ ସାଥିରେ ନେଇ ଜିଲ୍ଲା ବିଜେଡ଼ିର ସଙ୍ଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜିଲ୍ଲା ସଙ୍ଗଠନ ପହଞ୍ଚିଥିଲା ଶୀର୍ଷ ସ୍ଥାନରେ । କିନ୍ତୁ ବିଡ଼ମ୍ବନାର ବିଷୟ ଦଳର ବିଶାଳ ସଫଳତା ପୂର୍ବରୁ ତାଙ୍କର ଦେହାନ୍ତ ହେଇଗଲା ୨୦୦୩ ମସିହା ଡିସେମ୍ବର ମାସରେ । ତା’ପରେ ବିପର୍ଯ୍ୟୟର ସୂର୍ଯ୍ୟୋଦୟରେ ଉପନୀତ ହେଲା ରଣପୁର ବିଧାନସଭା । ସିଂହର ବଳ ସବୁଦିନ ପାଇଁ ନରମି ଗଲା । ରାଜନୈତିକ ଛନ୍ଦ କପଟ,ଚକ୍ରବ୍ୟୁହ୍ୟର ଶିକାର ହେଲା ରଣପୁର ବିଧାନସଭା କ୍ଷେତ୍ର । ଅବହେଳିତ ହେଲେ ରଣପୁର ବାସୀ । ଉତ୍ତମ ଓ ସାହାସୀ ନେତୃତ୍ୱ ପାଇବାରେ ବିଫଳ ହେଲେ . ଦୃଢ଼ ନେତୃତ୍ୱ ଦେଇଥିବା ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ପରେ ଏକଦା ରଣପୁରକୁ ଶ୍ରେଷ୍ଠ ଓ ସଫଳ ନେତୃତ୍ୱ ତାଙ୍କ ସୁପୁତ୍ର ସିଦ୍ଧାର୍ଥ ପଣ୍ଡା ଦେଇ ପାରିବା ଆଶାରେ ରଣପୁର ବାସୀ ଆଶା କରିଥିଲେ ୨୦୦୯ ମସିହା ସାଧାରଣ ନିର୍ବାଚନରେ ।

 

କାରଣ ସେତେବେଳକୁ ଜିଲ୍ଲା ରାଜନୀତିରେ ଜଣେ ଦୃଢ ଯୁବ ସଙ୍ଗଠକ ତଥା ଯୁବ ରାଜନେତାର ପରିଚୟ ମିଳି ସାରିଥିଲା । ରଣପୁର ଅଞ୍ଚଳବାସୀଙ୍କ ହୃଦୟରେ ସିଦ୍ଧାର୍ଥ ପଣ୍ଡା ସ୍ଥାନ ଅକ୍ତିଆର କରି ସାରିଥିଲେ । ସିଦ୍ଧାର୍ଥ ପଣ୍ଡାଙ୍କ ଚୁଡାନ୍ତ ପ୍ରସ୍ତୁତି ବି ସରିଥିଲା, ଲୋକ ପ୍ରିୟତା ମଧ୍ୟ ବଢିଥିଲା । ରଣପୁର ବିଜୁ ଜନତା ଦଳର ତୃଣମୂଳ ସ୍ତରରେ ମଧ୍ୟ ନୂତନ ଆଶାର କିରଣ ଉଦୟ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାଜନୈତିକ ଚକ୍ରବ୍ୟୁହ୍ୟରେ ତାଙ୍କ ଟିକେଟ୍ କଟି ଯାଇଥିଲା । ତଥାପି ସେ ଭାଙ୍ଗି ପଡିନଥିଲେ । ବିଜୁବାବୁ,ନବୀନ ବାବୁ ଓ ତାଙ୍କ ପିତାଙ୍କ ଆଦର୍ଶକୁ ପାଥେୟ କରି ନିଜର ସାଥି ସହଯୋଗୀ ଓ ସମର୍ଥକଙ୍କୁ ସାଥିରେ ନେଇ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ତୁଲେଇଥିଲେ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟ ନେତୃବର୍ଗଙ୍କ ନିର୍ଦ୍ଦେଶରେ । ଆଚରଣ ଓ ଉଚ୍ଚାରଣକୁ ଗୁରୁତ୍ୱ ଦେଉଥିବା ଯୁବ ସୁଲଭ ଚେହେରା ସିଦ୍ଧାର୍ଥ ପଣ୍ଡା ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ କଡ଼ ଲେଉଟେଇଲେ । କାରଣ ପୁଣିଥରେ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହେଲେ ସେ । ରଣପୁର ବାସୀଙ୍କ ସେବା ଉଦ୍ଦେଶ୍ୟରେ ଦଳ ତରଫରୁ ବିଧାନସଭା ଟିକେଟ୍ ପାଇବାକୁ ଆଶା ରଖିଥିବା ରଣପୁର ଜନତା ନିରାଶ ହେଲେ ।

ଅସନ୍ତୋଷ ଭାବ ପ୍ରକାଶ କରି ଅଭିମାନରେ ଦୂରେଇ ଗଲେ ଦଳଠାରୁ ପୂର୍ବତନ ବିଧାୟକ ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ସୁପୁତ୍ର ସିଦ୍ଧାର୍ଥ ।  ମନଦୁଃଖ କଲେ ରଣପୁର ବିଜୁ ଜନତାର ତୃଣମୂଳ ସ୍ତରର କର୍ମୀ,ନେତା,ଯୁବନେତା, ମହିଳା ନେତ୍ରୀ ସର୍ବୋପରି ରାଜ୍ୟର ଶୀର୍ଷ ନେତୃତ୍ୱ  । ଅଭିମାନରେ ସେ ନିରବ ରହିଲେ କିମ୍ବା ଅନ୍ୟ ଦଳକୁ ଚାଲିଗଲେ ମଧ୍ୟ ମନ କିନ୍ତୁ ତାଙ୍କର ବିଜୁ ଜନତା ଦଳରେ । କେମିତି ଭୁଲିଯିବେ ଯେ..? ଯିଏ ବିଜୁ ଆଦର୍ଶରେ ସମର୍ପିତ ! ଦଳର ସବୁ ବର୍ଗର ନେତୃତ୍ବଙ୍କ ସହ ଏବେ ବି ସୁ-ସମ୍ପର୍କ ରହିଛି । ଦଳକୁ ଫେରେଇ ଆଣିବା ପାଇଁ ରଣପୁର ବିଜୁ ଜନତା ଦଳର କର୍ମୀ ଠାରୁ ନେତା, ସଙ୍ଗଠକ ରୁ ସଙ୍ଗଠନ ଯାଏ ଯିଏ ଯେତେବେଳେ ବୁଝାଇଛନ୍ତି, କାହାକୁ ଏଡେଇ ଦେଇ ନାହାଁନ୍ତି ; ମୁରୁକି ହସା ଦେଇ ନିଜ ସାଥି, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଉତ୍ତର ଦିଅନ୍ତି ଅପେକ୍ଷା କେବଳ ସମୟକୁ ! ଏଇ ପରିପ୍ରେକ୍ଷୀରେ ରଣପୁର ବିଜୁ ଜନତା ଦଳ ଚାହିଁ ରହିଛନ୍ତି ସିଦ୍ଧାର୍ଥଙ୍କ ଫେରିବା ବାଟକୁ । ରଣପୁର ବାସୀ ଏଇୟା ହିଁ ଚାହାଁନ୍ତି ସିଦ୍ଧାର୍ଥ ପଣ୍ଡାଙ୍କ ଭଳି ନେତା ଆମକୁ ଦୃଢ଼ ନେତୃତ୍ୱ ଦେଇପାରି ରଣପୁର ରୂପରେଖ ବଦଳାଇବାରେ ସମର୍ଥ ହେବେ । ସେ ସୁଯୋଗ ସମୟ କେବେ ଦେବ ଏଇ ଭାବନା ନେଇ ରଣପୁର ବାସୀ ଚାହିଁ ରହିଛନ୍ତି ଆଗନ୍ତୁକ ସମୟକୁ…? 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version