• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଆରମ୍ଭ ହେବାକୁ ଯାଉଛି ଏୟାର କାର୍ଗୋ ସେବା : ଏମଏସଏମଇ ସଚିବ

Proprietor Abhimanyu Maharana by Proprietor Abhimanyu Maharana
July 22, 2023
in ଓଡ଼ିଶା, ମହାନଗର, ହୋମ୍
0
ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଆରମ୍ଭ ହେବାକୁ ଯାଉଛି ଏୟାର କାର୍ଗୋ ସେବା : ଏମଏସଏମଇ ସଚିବ
Share on FacebookShare on TwitterWhatsapp

ଓଡ଼ିଶାକୁ ଫାର୍ମା ଏବଂ ପ୍ଲାଷ୍ଟିକ କ୍ଷେତ୍ରରେ ପୁଞ୍ଜିନିବେଶର ଆବଶ୍ୟକତା ରହିଛି : ଡିଜିଏଫଟି ଡିଜି

୨୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଭୁବନେଶ୍ୱର :- ଓଡ଼ିଶା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହୋଇଯିବ, ଯାହାକି ରାଜ୍ୟର ରପ୍ତାନିକାରୀମାନଙ୍କୁ ଆନ୍ତର୍ଜାତୀୟ ବଜାରରେ ଉନ୍ନତି କରିବା ପାଇଁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇବ । ଶୁକ୍ରବାର ଦିନ ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୩ରେ ମତବ୍ୟକ୍ତ କରି ସେ କହିଛନ୍ତିଯେ ଏ ସମ୍ପର୍କରେ ନୀକଟରେ ଏକ ବୈଠକ କରାଯାଇଥିଲା, ଯେଉଁଥିରେ ସମସ୍ତ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଏୟାର କାର୍ଗୋ ସେବା ଆରମ୍ଭ କରିବା ଲାଗି ବିମାନବନ୍ଦରରେ ଭିତିଭୂମି ବିକାଶ କାର୍ଯ୍ୟ ଜୋରଶୋରରେ ଚାଲିଛି । ଏହା ଖୁବ ଶୀଘ୍ର ଶେଷ ହେବ ବୋଲି ଅନୁମାନ କରାଯାଉଛି । ଏହାପରେ ବ୍ୟୁରୋ ଅଫ ସିଭିଲ ଏଭିଏସନର ଅଧିକାରୀମାନେ ଗସ୍ତ କରି ବିକାଶର ଅନୁଧ୍ୟାନ କରିବେ । ଇଣ୍ଡିଗୋ କାର୍ଗୋ ସହିତ ହିତାଧିକାରୀ ବୈଠକର ମଧ୍ୟ ଯୋଜନା କରାଯାଇଛି, ଯେଉଁଠାରେ ରପ୍ତାନିକାରୀମାନେ ସେମାନଙ୍କ ସହିତ ଅନେକ ଦିଗ ଉପରେ ଆଲୋଚନା କରିପାରିବେ ବୋଲି ସେ କହିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ, ନୂଆଦିଲ୍ଲୀର ଡିଜି, ଆଇଏଏସ ଶ୍ରୀଯୁକ୍ତ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତିଯେ, “ଭାରତ ୨୦୩୦ ସୁଦ୍ଧା ୨ ଟ୍ରିଲିୟନ୍ ଡ଼ଲାର ରପ୍ତାନୀ ଲକ୍ଷ୍ୟ ରଖିଥିବାବେଳେ ସାମଗ୍ରୀ ଓ ସେବା କ୍ଷେତ୍ରରେ ୧ ଟ୍ରିଲିୟନ ଡ଼ଲାର ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି । ବର୍ତମାନ ଆମର ରପ୍ତାନି ୪୫୦ ବିଲିୟନ ଡ଼ଲାରରେ ଏବଂ ଏକ ଟ୍ରିଲିୟନ ଡ଼ଲାରରେ ପହଂଚିବାକୁ ଆମକୁ ବାର୍ଷିକ ୧୨ ପ୍ରତିଶତ ଅଭିବୃଦ୍ଧି କରିବାକୁ ପଡ଼ିବ ।  ଠିକ୍ ସେହିପରି ସେବା ରପ୍ତାନି କ୍ଷେତ୍ରରେ ପ୍ରତିବର୍ଷ ହାରାହାରି ୧୬.୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ । ଆମର ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ପାଇଁ ବିପୁଳ ସୂଯୋଗ ପ୍ରଦାନ କରିଥାଏ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଅକ୍ଷୟ ଶକ୍ତିିଭଳି କ୍ଷେତ୍ର ଆମକୁ ଏକ୍ଷେତ୍ରରେ ସାହାଯ୍ୟ କରିବ । ସେ ଆହୁରି ମଧ୍ୟ କହିଛନ୍ତିଯେ, ରପ୍ତାନି ବୃଦ୍ଧି ପାଇଁ ଓଡ଼ିଶାକୁ ଫାର୍ମା ଏବଂ ପ୍ଲାଷ୍ଟିକ୍ କ୍ଷେତ୍ରରେ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ।”

ଇଣ୍ଡୋ-ଅଷ୍ଟ୍ରେଲିଆନ୍ ଚାମ୍ବର ଅଫ୍ କମର୍ସର ସିଇଓ, ମିସ୍ ପେଟୁଲା ଥୋମାସ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ଯେ, “ ଓଡ଼ିଶାର ଶିଳ୍ପ ସହ ଯୋଡ଼ି ହେବା ଏହା ଆମ ପାଇଁ ଏକ ବୃହତ ସୁଯୋଗ । ଆଜି ଆମେ ରାଜ୍ୟ ସରକାରଙ୍କ ସହ ମଧ୍ୟ ଏଥି ସମ୍ପର୍କରେ ଆଲୋଚନା କରିଛୁ । ଧାତୁ ଏବଂ ଖଣି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଶିକ୍ଷା କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ବହୁତ ସୁଯୋଗ ରହିଛି । ଆମ ସହବନ୍ଧନ ପାଇଁ ଡ଼ବ୍ଲୁଟିସି ହେଉଛି ଏକ ଉକ୍ତୃଷ୍ଟ ପ୍ଲାଟଫର୍ମ । ଆମେ ଆଶା କରୁଛୁଯେ, ଏହି ନୂତନ ବାଣିଜ୍ୟିକ ଚୁକ୍ତି ହେବା ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଯଥେଷ୍ଟ ବୃଦ୍ଧି ଘଟିବ ।”

ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ, ଶ୍ରୀ ଶାଶ୍ୱତ ମିଶ୍ର ତାଙ୍କ ଅଭିଭାଷଣରେ ରାଜ୍ୟ ରପ୍ତାନି ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ରପ୍ତାନିକାରୀଙ୍କ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିଆଯାଇଥିବା ଡ଼ିଜିଟାଲ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସେ ଆହୁରି ମଧ୍ୟ ରାଜ୍ୟ ଭିତରେ ଏୟାର କାର୍ଗୋ ଏବଂ ସାମୁଦ୍ରିକ ପରିବହନ କ୍ଷେତ୍ରର ବିକାଶ ଉପରେ ଆଲୋଚନା କରିଥିଲେ ।

ୱାର୍ଲଡ୍ ଟ୍ରେଡ୍ ସେଂଟର ମୁମ୍ବାଇର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରୀ କହିଛନ୍ତି ଯେ,“ଭାରତ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଚାହୁଁଥିବାରୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଏମଏସଏମଇକୁ ରପ୍ତାନୀ କ୍ଷେତ୍ରରେ ପ୍ରମୁଖ ଭୂମିକା ତୂଲାଇବାକୁ ପଡ଼ିବ ।  ରପ୍ତାନୀ ଦୃଷ୍ଟିରୁ ଆମେ ବର୍ତମାନ ଚତୁର୍ଥ ସ୍ଥାନରେ ରହିଛୁ । ଆଗାମୀ ପାଂଚ ବର୍ଷ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିବ । ସମୁଦାୟ ଭାବେ ଆମର ରପ୍ତାନୀ ବହୁତ ଯଥେଷ୍ଟ କିନ୍ତୁ ତଥାପି କେତେକ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି, ଯାହାକି ଏସିଅନ, ବ୍ରିକ୍ସ, ବିମଷ୍ଟେକ ଇତ୍ୟାଦି ସହିତ ସମନ୍ୱୟ ଦ୍ୱାରା ସମ୍ଭବ ହୋଇପାରିବ । ଆଇଟି ଏବଂ ଆଇଟିସ ଓ ଫାର୍ମା ଭଳି ଅନେକ କ୍ଷେତ୍ରରେ ଆମେ ବ୍ରାଣ୍ଡ ହୋଇପାରିବା । ”

ୱାର୍ଲଡ୍ ଟ୍ରେଡ୍ ସେଂଟର ଭୁବନେଶ୍ୱରର ଅଧ୍ୟକ୍ଷ କ୍ୟାପ୍‌ଟେନ୍ ସୋମେଶ ବାତ୍ରା କହିଛନ୍ତି ଯେ, “ସମସ୍ତ ହିତାଧିକାରୀ ଏବଂ ଓଡ଼ିଶା ସରକାରଙ୍କ ସହାୟତା ସହିତ ଆମେ ବୃହତ କାର୍ଯ୍ୟାଳୟ ଏବଂ ପ୍ରଦର୍ଶନୀ କେନ୍ଦ୍ର ଓ ସମ୍ମିଳନୀ କେନ୍ଦ୍ର ସହିତ ଆହୁରି ବୃହତ ଆକାରରେ ବୃଦ୍ଧି କରିପାରିବା । ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଆମ ଦଳ କଠିନ ପରିଶ୍ରମ କରୁଛନ୍ତି ।” ଏହି ଅବସରରେ ୱାର୍ଲଡ୍ ଟ୍ରେଡ୍ ସେଂଟର ଭୁବନେଶ୍ୱରର ଅବୈତନିକ ସଂଯୋଜକ ଶ୍ରୀ ରାଜେନ୍ ପାଢ଼ୀ ଉପସ୍ଥିତ ଥିଲେ । ସେ ରପ୍ତାନୀ ଦୃଷ୍ଟିରୁ ଓଡ଼ିଶାର ଝାରସୁଗୁଡ଼ାକୁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଆଲୋକପାତ କରିଛନ୍ତି । ଓଡ଼ିଶାର ଏମଏସଏମଇମାନଙ୍କୁ ଆନ୍ତର୍ଜାତୀୟ ବଜାରରେ ପହଂଚିବାରେ ସାହାଯ୍ୟ କରିବା ଲାଗି ଏହି ଅବସରରେ ଓସିଆ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ୨୦୨୩ ଆୟୋଜନ କରାଯାଇଛି । ଆନ୍ତର୍ଜାତୀୟ କାରବାର ଏବଂ ଅର୍ଥନୈତିକ ବିକାଶ ଓ ରାଜ୍ୟର ଆଂଚଳିକ ବିକାଶ ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଲଗାତାର ଷଷ୍ଠ ବର୍ଷ ପାଇଁ ଓଡ଼ିଶାରେ ଏହାକୁ ପାଳନ କରାଯାଉଛି । ୨୦୨୩ ଜୁଲାଇ ୨୧ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ଆନ୍ତର୍ଜାତୀୟ କାରବାର-ସୀମାପାରରେ ବ୍ୟବସାୟ ବୃଦ୍ଧି’ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version