୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଶୁକ୍ରବାର ଦିନ ୨ଟା ସମୟରେ ଗଜପତି ଜିଲ୍ଲାପାଳ ସ୍କୃତି ରଞ୍ଜନ ପ୍ରଧାନ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ମୋ ହସ୍ପିଟାଲ ଅନ୍ତର୍ଭୂକ୍ତ କରିଥିଲେ । ତାପରେ, ଏହାର ନୁତନ କୋଠ ନିର୍ମାଣ କାମ ଆରମ୍ଭ ହୋଇଛି । ଜିଲ୍ଲାପାଳ ଉନ୍ନୟନ କାର୍ଯ୍ୟ କରୁଥିବା ଠିକାଦାର, ବିଭାଗୀୟ ସହକାରୀ ଯନ୍ତୀ ଓ କନିଷ୍ଠ ଯନ୍ତୀ ଉପସ୍ଥିତ ଥିଲେ ।

ତାପରେ, ଜୀଲ୍ଲାପାଳ ଶ୍ରୀ ପ୍ରଧାନ ଅନ୍ତ ବିଭାଗ, ଆଶୁ ବିଭାଗ, ଶିଶୁ ପୁନର୍ବାସ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ବାସ୍ଥ୍ୟସେବା ପଚାରି ବୁଝିଥିଲେ । ପରେ, ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଏନ୍. ଜୟପ୍ରକାଶଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନିମିତ୍ତ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ ।

ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଫାର୍ମସିଷ୍ଟ ଓ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଭାବେ ଦାୟତ୍ବ ନେବାର ସପାହକ ମଧ୍ୟରେ ଶ୍ରୀ ପ୍ରଧାନଙ୍କ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଦୁଇଥର ଅଚାନକ ଗସ୍ତ ଯୋଗୁଁ ଅଚଳବାସୀ ସ୍ବାସ୍ଥ୍ୟ, ଶିକ୍ଷା ଓ ମୌଳିକ ସୁବିଧାରେ ଦେଖା ଦେଉଥିବା ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ।














