No Result
View All Result
୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡ଼ବା ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର, କାଶୀବିଶ୍ୱନାଥ ମନ୍ଦିର, ତଥା ୨୩ଖଣ୍ଡ ସମାଜର ମୁଖ୍ୟ ଅଡ଼ବା ଠାରେ ଥିବା ଭାଲିଆଗୁଡ଼। ପାଚେଡ଼ି ଉଦ୍ଘାଟନ କରିଛନ୍ତି । ଉକ୍ତ ଉଦ୍ଘାଟନ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ନାନିତ ଅତିଥି ଭାବେ ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ଜିଲ୍ଲା ମହିଳା ସଭାପତି ପୁର୍ଣ୍ଣବାସି ନାୟକ,ଜିଲ୍ଲା ପରିଷଦ, ସମସ୍ତ ସରପଞ୍ଚ ,ସମିତି ସଭ୍ୟ/ସଭ୍ୟା ତଥା ପୂର୍ବତନ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ତଥା ସମସ୍ତ ୨୩ ଗୋଟି ସମାଜର ସମସ୍ତ ଚାଳକ,ସମ୍ପାଦକ, ପାଳକ ଗଣ ତଥା ବହୁ ସଂଖ୍ୟକ ବିଜେଡି ପରିବାର ର ସମସ୍ତ କର୍ମୀ ଉପସ୍ଥିତ ଥିଲେ ।

କାର୍ଯ୍ୟ କ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ଭଳି ଭାବେ ନିଜସ୍ୱ ପାଣ୍ଠିରୁ ମନ୍ଦିର ଚର୍ଚ୍ଚ ପାଇଁ ଆର୍ଥିକ ସହାୟତା ଯୋଗାଇଦେଇଥିବାରୁ ଅଞ୍ଚଳ ବାସି ଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି ।ଏବଂ ଆଗାମୀ ଦିନରେ ଦଳ କୁ କିଭଳି ଭାବେ ମଜଭୁତ କରି ଦଳକୁ ବିଜୟ କରି ହେବ ତା ଉପରେ ଦ୍ରୁଢ଼ ସଙ୍କଳ୍ପ ନେଇଛନ୍ତି ।ଏହା ପରେ ଗୁଲୁବା ପଞ୍ଚାୟତର ଅତି ଦୁର୍ଗମ ପାହାଡ଼ ଉପରେ ଥିବା ରୁମେସ ଗ୍ରାମକୁ ମଧ୍ୟ ଗସ୍ତ କରିଛନ୍ତି ସେହି ଗ୍ରାମରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଠିରୁ କିଛି ଚର୍ଚ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।ସେହି ଗ୍ରାମରେ ମଧ୍ୟ ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ।

No Result
View All Result