୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗତକାଲି ଠାରୁ ମୋହନା ବ୍ଲକ ଗସ୍ତରେ ଆସି ବିଭିନ୍ନ ଗ୍ରାମ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପରିଦର୍ଶନ କରିଥିଲେ।ଏହା ପରେ ମୋହନା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସରକାରଙ୍କ ଅନୁଦାନରେ ହୋଇଥିବା ଏବଂ କେତକ ଚାଲୁ ରହିଥିବା କାର୍ଯ୍ୟ ପରିଦର୍ଶନ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

ହୁଏରିରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷଙ୍କୁ ଭେଟି ଆବାସ ଘର, ରାଶନକାର୍ଡ, ପାନୀୟଜଳ ଓ ରାସ୍ତାଘାଟ ଉପରେ ପଚାରି ବୁଝିଥିଲେ । ଏହାପରେ ପଞ୍ଚାୟତର ରାଣ୍ଡାପଦର, ଖାରିଗୁଡା ଗ୍ରାମ ପରିଦର୍ଶନ କରିବା ସହ ମୋହନା ଗୋଷ୍ଠୀ ସସ୍ବାସ୍ଥ୍ୟକେନ୍ଦ୍ରରେ ଅଟୋ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।

ମୋହନା ସମିତିସଭ୍ୟ ବାଳକୃଷ୍ଣ ମଳିକ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପାନୀୟଜଳ, କର୍ମଚାରୀମାନେ ଅସୁବିଧାରେ ରହିବା, ରୋଗୀମାନଙ୍କୁ ଶୌଚାଳୟ କଥା କହିଥିଲେ ।ଅଡବା ପଞ୍ଚାୟତର ଡୁମିଗୁଡା ଗ୍ରାମଠାରେ ମତ୍ସ୍ୟଜୀବୀଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ ।

ଅଡବା ପଞ୍ଚାୟତ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପାଠ ପଢେବା ସହ ଛାତ୍ରୀଛାତ୍ରଙ୍କ ସମସ୍ୟା ପଚାରି ବୁଝିଥିଲେ । ସେଠାରେ ଚାଲିଥିବା ୫ଟି- କାମ ବୁଲି ଦେଖିଥିଲେ । ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ବିଡ଼ିଓ ତପସ୍ୱିନୀ ହଂସଦା, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ ପ୍ରମୁଖ ଜିଲ୍ଲାପାଳ ଙ୍କ ସହ ଥିବା ଦେଖିବାକୁ ମିଳିଥିଲା ।















