୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକର ନୟାସଡକ ହେମରାଜ ଲେନ ମୂଖ୍ୟରାସ୍ତା, ମାଣିକଘୋଷ ବଜାରକୁ ସଂଯୋଗ ହୋଇଥିବା ଏକ ଅଣ-ଓସାରିଆ ରାସ୍ତା ଗଳିରେ ବେଆଇନ ଭାବେ ବଡ଼ବଡ଼ ବିଲଡିଂ(ମାର୍କେଟ କମ୍ପ୍ଲେକ୍ସ) ନିର୍ମାଣ କରାଯାଇଛି । ଯାହାଫଳରେ ଏହି ରାସ୍ତା କଡରେ ପ୍ରତିଦିନ ବେଆଇନ ଗାଡ଼ି ମଟର ପାର୍କିଂ ଯୋଗୁଁ,

ଜନସାଧାରଣଙ୍କ ଯିବାଆସିବା ଏବଂ ଆମ୍ବୁଲାନ୍ସ ଯିବାରେ ବହୁତ ଅସୁବିଧା ହେଉଥିବା ନେଇ, ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ, ଗୁରୁବାର ଦିନ କଟକ ମହାନଗର ନିଗମ କମିଶନର ଓ ମେୟରଙ୍କୁ ଲିଖିତ ଅଭିଯୋଗ ଦେଲେ ଅଞ୍ଚର ବୁଦ୍ଧିଜୀବୀ ସଜ୍ଜନ କୁମାର ମୋଦୀ। ଏନେଇ ସିଏମସି ପକ୍ଷରୁ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଛି ହେମରାଜ ଲେନର ଜନସାଧାରଣ ଅପେକ୍ଷା କରିଛନ୍ତି ।














