୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଡିଜେଲ ଦର ହ୍ରାସ କିମ୍ବା ବୃଦ୍ଧି ହେଲେ ନିୟମରେ ବସଭଡା ସେହି ଅନୁପାତରେ ବୃଦ୍ଧି ପାଉଛି କିମ୍ବା କମୁଛି । ତେବେ ଗଜପତି ଜିଲ୍ଲାରେ ସବୁବେଳେ ଏହାର ବ୍ୟକ୍ତିକ୍ରମ ଦେଖିବାକୁ ମିଳିଥାଏ । ଏହି ଜିଲ୍ଲାର ଯାତ୍ରା ପରିବହନ ବ୍ୟବସ୍ଥା ସମ୍ପର୍ଣ ଭାବେ ଘରୋଇ ବସ ମାଲିକମାନଙ୍କ ହାତରେ । ସରକାରଙ୍କ ନୀତି ନିୟମକୁ ବେଖାତିରି କରି ଏଠାରେ ବସ୍ଭଡା ଧାର୍ଯ୍ୟ କରାଯାଏ । ଜିଲ୍ଲାର ଆଭ୍ୟନ୍ତରୀଣ ମାଳ ଅଞ୍ଚଳରେ ଯାତାୟାତ କରୁଥିବା ଅଧିକାଂଶ ବସର ଫିଟନେସ ନ ଥାଏ । ଏଥିରୁ ଅଧିକାଂଶ ବସ ଅପମିଶ୍ରତ ଡିଜେଲ ଏବଂ କିରୋସିନରେ ଚାଲିଥାଏ ।

ଭଙ୍ଗ ଦଦରା ବସ୍ଗୁଡିକ କିମି ପ୍ରତି ୮୦ ପଇସାରୁ ୧.୫୦ ୨. ଟଙ୍କା ଦରରେ ଭଡା ନେଉଛନ୍ତି । କୌଣସି ବସରେ ଭଡା ନେଉଛନ୍ତି । କୌଣସି ବସରେ ଯାତ୍ରାଙ୍କୁ ଟିକେଟ ଦିଆଯାଏ ନାହିଁ । ଯଦି କୌଣସି ଯାତ୍ରୀ ବସ କର୍ମଚାରୀଙ୍କୁ ଟିକେଟ ମାଗନ୍ତି କିମ୍ବା ସରକାରଙ୍କ ଧାର୍ଯ୍ୟ ବସଭଡା ଦେଖିବାକୁ କୁହନ୍ତି ତେବେ ସେହି ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଧମକ ମଧ୍ୟ ମିଳୁଛି । ପରିବହନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ ନୀରବଦ୍ରଷ୍ଟା ସାଜି ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଏପରିକି ଏହି ଅଞ୍ଚଳରେ ଚାଲିଥିବା ସରକାରୀ ବସ ମଧ୍ୟ ଚଢାଦରରେ ଭଡା ନେଉଛନ୍ତି ।
ପାଣିଗଣ୍ଡା ରୁ ପାରଳାଖେମଣ୍ଡ ଚାଲିଥିବା ସରକାରୀ ବସ ଆର,ଉଦୟଗିରି ରୁ ଖଜୁରିପଦା ୧୩ କିମିକୁ ୨୦ ଟଙ୍କା ନେଉଛନ୍ତି । ଟିକେଟ ମାଗିଲେ ଯାତ୍ରୀ ୧୫ ଟଙ୍କା ଦେଇ ୨୦ ଟଙ୍କା ନେଉଛନ୍ତି ପଚାରିଲେ ୨୦ ଟଙ୍କା ଦିଅ ନ ଗାଡିରୁ ଉଳାଇଦିଆଯିବ ବୋଲି ଧମକାଉଛନ୍ତି । ଏହି ଅଞ୍ଚଳରେ ଚାଲିଥିବା ଘରେଇ ବସ ଆର,ଉଦୟଗିରି ରୁ ନୁଆଗଡକୁ ୪୦ ଟଙ୍କା ନେଉଛନ୍ତି ଏବଂ ଖଜୁରିପଦା ରୁ ନୁଆଗଡ ୭ କିମିକୁ ୧୫ ଟଙ୍କା ନେଉଛନ୍ତି । ଟେମ୍ପୁରେ ଆର,ଉଦୟଗିରି ରୁ ଖଜୁରିପଦା ୩୦ ଟଙ୍କା, ଆର,ଉଦୟଗିରି ରୁ ନୁଆଗଡ ୫୦ ଟଙ୍କା ଓ ଖଜୁରିପଦା ରୁ ନୁଆଗଡ ୨୦ ଟଙ୍କା ନେଉଛନ୍ତି । ଏଥିପ୍ରତି ନା ପ୍ରଶାସନର ନିଘା ଅଛି କି ପୁଲିସ ପ୍ରଶାସନ ଆଙ୍କୁଶ ଅଛି । ଏଣୁ ବସ୍ ମାଲିକ ସଂଘ ଓ ଆଞ୍ଚଳିକ ପରିବହନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯାତ୍ରୀଙ୍କ ଠାରୁ ସରକାର ଦ୍ବାରା ଧାର୍ଯ୍















