୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ତଲଡା ଗ୍ରାମରେ ଅବସ୍ଥିତ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ମିଶନ ବଙ୍ଗଳା ଠାରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି କେ ପଣ୍ଡିଆନ ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ । ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମସ୍ୟା ବିଷୟରେ ପାଣ୍ଡିଆନଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେହିଭଳି ତାଲଡା ମିଶନ ବଙ୍ଗଳାର ଉନ୍ନତି ଏବଂ କୋଠଘର ନିମନ୍ତେ ଦରଖାସ୍ତ ଦେଇ ଅନୁରୋଧ କରିଥିଲେ । ସେହି ଅନୁରୋଧ କ୍ରମେ ରାଜ୍ୟ ସରକାର ରାଜକୋଷରୁ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ମିଶନ ବଙ୍ଗଳା କୋଠଘର ନିମନ୍ତେ ୨୦ଲକ୍ଷ ଏବଂ ପାଚେରୀ ନିର୍ମାଣ ନିମନ୍ତେ ୧୬ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ଅନୁମୋଦନ କରିଥିବାରୁ ସମ୍ମିଳନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଉପଢୋଙ୍କନ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି.କେ ପାଣ୍ଡିୟାନଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଏବଂ ଆଗାମୀ ନିର୍ବାଚନରେ ସଫଳତା ନିମନ୍ତେ ସମ୍ମିଳନୀର କାର୍ଯ୍ୟକର୍ତ୍ତାମାନେ ପ୍ରାର୍ଥନା ଉତ୍ସର୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ମହିଳା ସଭାପତି ତଥା ରାୟଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ପୂର୍ଣ୍ଣବାସୀ ନାୟକ, ଉପସଭାପତି ଜେମସ ରାଇକା, ବିଜେଡି ମାଇନେରିଟି ଜେନେରଲ ସେକ୍ରେଟେରି ପଲ୍ଲବ ଲିମ୍ମା, ପୂର୍ବତନ ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ,

ଆର୍. ଉଦୟଗିରି ବିଡିଓ ଲରିମନ ଖର୍ସେଲ, ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର,ବ୍ଲକ ବିଜେଡି ସଭାପତି ଭୀମ ପାଇକ ସମେତ ଜିଲ୍ଲାର ସାସଂଦ ପ୍ରତିନିଧିଗଣ,ସରପଞ୍ଚ,ସମିତି ସଭ୍ୟ ସଭ୍ୟା , ଜେଇ ଏବଂ ବିଭିନ୍ନ ବିଭାଗର ଅଧିକାରୀ ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ମଣ୍ଡଳୀ,ସମାଜର ପଦାଧିକାରୀ ଏବଂ ବିଜେଡ଼ିର ଶତାଧିକ କର୍ମୀ ଉପସ୍ଥିତ ଥିଲେ। କାର୍ଯ୍ୟ କ୍ରମକୁ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟକ୍ରମ ଆୟାଜନ କରିଥିବା ବେଳେ ସଭାପତି ପାଳକ ଆଚାର୍ଯ୍ୟ ଗିଦୀୟନ୍ ମିଶାଲ ପରିଚାଳନା ଏବଂ ସମ୍ପାଦକ ପାଳକ ଆଚାର୍ଯ୍ୟ ଜିସାକ ପାଣି ଅଭ୍ୟର୍ଥନା ସହ ଧନ୍ୟବାଦ ଅର୍ପଣ କରିଥିଲେ।














