• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ସହିତ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର  ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
July 11, 2023
in ଓଡ଼ିଶା, ରାୟଗଡା, ହୋମ୍
0
ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ସହିତ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର  ପ୍ରଦାନ
Share on FacebookShare on TwitterWhatsapp

୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା :- ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାମ୍ବଲମ୍ବିମାନଂକ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ , ଭାରତୀୟ ସମ୍ବିଧାନର ଧାରା 44 କୁ ସ୍ପଷ୍ଟ ଅବମାନନା କରୁଛି । ଏଣୁ କାଳ ବିଳମ୍ବ ନ କରି ଦେଶରେ( UCC ) ସବୁ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଦାବି କରି ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଦେଶ ବର୍ତ୍ତମାନ ବିସ୍ଫୋଟକ ଜନସଂଖ୍ୟା ଜନିତ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ପୃଥିବୀର ସମୁଦାୟ ଜନସଂଖ୍ୟାରୁ 18% ଲୋକ ଆମ ଦେଶରେ ଅଛନ୍ତି । ଆମ ଦେଶ ଏବେ ଜନସଂଖ୍ୟାରେ ଚୀନକୁ ଟପି ଗଲାଣି । ଚୀନର କ୍ଷେତ୍ରଫଳ 95.96ହଜାର ବର୍ଗ କିମି ଥିବା ବେଳେ ଆମ ଦେଶର କ୍ଷେତ୍ରଫଳ ହେଉଛି ମାତ୍ର 32.87 ହଜାର କିମି ଅର୍ଥାତ ଆମ ଦେଶ ଭାରତ ଅପେକ୍ଷା ଚୀନର କ୍ଷେତ୍ରଫଳ ତିନି ଗୁଣାରୁ ଅଧିକ। କିନ୍ତୁ ଜନସଂଖ୍ୟାର ଆମେ ଚୀନ ଠାରୁ ଅଧିକ । ଏତେ ବଡ ଜନସଂଖ୍ୟାକୁ ଶସ୍ୟ ସାମଗ୍ରୀ,ଫଳ, ପନିପରିବା, ଦୁଗ୍ଧ,ବିଜୁଳି,ପାଣି,ଇନ୍ଧନ, ସ୍ୱାସ୍ଥ୍ୟ,ଶିକ୍ଷା ,ଖାଦ୍ୟ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ସମ୍ପୂର୍ଣ ଅସମ୍ଭବ ।

ପୃଥିବୀର ସମୁଦାୟ ସ୍ଥଳ ଭାଗରୁ ଭାରତରେ ମାତ୍ର 2.4 % ସ୍ଥଳ ଭାଗ ଥିବା ବେଳେ ପାନୀୟ ଜଳ ମାତ୍ର 4% ରହିଛି । ଜନସଂଖ୍ୟାର ଅହେତୁକ ବୃଦ୍ଧି ଯୋଗୁ ଆମ ଦେଶରେ କୁପୋଷଣ, ଅନାହାର ବୃଦ୍ଧି ପାଇବା ସାଙ୍ଗକୁ ବେକାରୀ ବୃଦ୍ଧି ପାଉଛି । ଜଳ କ୍ଲିଷ୍ଟ , ପର୍ଯ୍ୟାବରଣ ଉପରେ କୁପ୍ରଭାବ ସାଙ୍ଗକୁ ପରିବେଶ ପ୍ରଦ୍ୟୁଷଣ କେବଳ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ହେଉଛି । ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଚାଷ ଓ ଜଙ୍ଗଲ ଜମି ଦ୍ରୁତ ଗତିରେ କମି ଚାଲିଛି ।ଯାହାର ପ୍ରଭାବରେ ଆଗାମୀ ଦିନରେ ଦେଶରେ ଖାଦ୍ୟ ଅଭାବ ବ୍ୟାପକ ହେବ । ଆଇଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ଯାହାକି ଆଗାମୀ ଦିନରେ ଅତ୍ୟନ୍ତ ଉତ୍କଟ ହେବ ।

ପ୍ରତ୍ୟେକ ଦିନ ପାଖାପାଖି ୬୫ ହଜାର ୭୯୭ ଜଣ ସ୍ୱସ୍ଥ ନବଜାତ ଶିଶୁ ଆମ ଦେଶରେ ଜନ୍ମ ହେଉଛନ୍ତି । ଅର୍ଥାତ ପ୍ରତ୍ୟେକ ବର୍ଷ ଭାରତରେ ୨୫ କୋଟିରୁ ଅଧିକ ଜନସଂଖ୍ୟା ବୃଦ୍ଧି ପାଉଛି ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହ ସମାନ ଅଟେ । ଏହି ଭଳି ଅହେତୁକ ଭାବରେ ଜନସଂଖ୍ୟାକୁ ନିୟନ୍ତ୍ରଣ ନ କଲେ ଆଗାମୀ ୨୦୫୦ ମସିହା ବେଳକୁ ଆମ ଦେଶରେ ଲୋକ ସଂଖ୍ୟା ୨୪୦ କୋଟିକୁ ଟପି ଯିବ । ସେତେବେଳକୁ ଭାରତରେ ସାମଗ୍ରିକ ଅବସ୍ଥା ବିକଟାଳ ଅବସ୍ଥାକୁ ଚାଲିଯିବ । ଲୋକେ ଆଉରଙ୍ଗଜେବ ହୋଇ କିଏ ଆପଣାର କିଏ ପର ନ ଭାବି ନିଜର ଅସ୍ତିତ୍ବରକ୍ଷା ପାଇଁ ପରସ୍ପର ମଧ୍ୟରେ ଲଢେଇ କରିବେ ।ଭାରତରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ।

ସବୁଠୁ ବଡ କଥା ହେଉଛି ପ୍ରତ୍ୟେକ ଦିନ ଜନ୍ମ ଗ୍ରହଣ କରୁଥିବା ୬୫ ହଜାର ୭୯୭ ସ୍ଵସ୍ଥ ନବଜାତ ମାନଂକ ମଧ୍ୟରୁ ହିନ୍ଦୁମାନଙ୍କ ଜନ୍ମିତ ସଂଖ୍ୟା ହେଉଛି ମାତ୍ର ୩ ହଜାର ୩୩୩ । ନବଜାତ ଶିଶୁମାନଂକ ସଂଖ୍ୟାକୁ ତୁଳନା କଲେ ୨୦୫୦ ମସିହା ବେଳକୁ ହେବାକୁ ଥିବା ସମୁଦାୟ ୨୪୦ କୋଟି ମଧ୍ୟରୁ ହିନ୍ଦୁମାନଙ୍କ ସଂଖ୍ୟା ମାତ୍ର ୮୦ କୋଟି ଥିବେ । ଦେଶରେ ଧାର୍ମିକ ସଙ୍କଟ ସୃଷ୍ଟି ହୋଇ ଭାରତର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ।

ଭାରତର ସର୍ବପୁରାତନ ସଭ୍ୟତା ଜନସଂଖ୍ୟା ବୃଦ୍ଧି ଯୋଗୁଁ ସଙ୍କଟ ଜନକ ପରିସ୍ଥିତି ଆଡକୁ ତୀବ୍ର ଗତିରେ ଅଗ୍ରସର ହେଉଥିବାରୁ ଏହାକୁ ସୁରକ୍ଷା କରିବା ଆମମାନଙ୍କ ଦାୟୀତ୍ଵ। ଭାରତ ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରିତ ହୋଇ ତା ଉପରେ ଅଙ୍କୁଶ ଲାଗିବ । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କୁ ମଧ୍ଯ କଠୋର ହେବାକୁ ପଡ଼ିବ । ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ନାଗରିକମାନଙ୍କ ଦୁଇଟି ସନ୍ତାନ ଜନ୍ମ ଦେବା ବାଧ୍ୟତା ମୂଳକ କରି ଏକ କଠୋର ଓ ସଶକ୍ତ ଆଇନ ପ୍ରଣୟନ କରି ଆଇନକୁ କାର୍ଯ୍ୟକାରୀ କରିବା ଏକାନ୍ତ ଅନିର୍ବାଯ୍ୟ ହୋଇ ପଡ଼ିଛି ।

ଆଗାମୀ ଦିନରେ ଆମ ଦେଶରେ ସୁସ୍ଥ ଗଣତନ୍ତ୍ର ତଥା ଦେଶର ନିରପେକ୍ଷତାକୁ ବଞ୍ଚାଇ ରଖିବା ପାଇଁ ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାର ଆବଶ୍ୟକ ହୋଇ ପଡ଼ିଛି । ତେଣୁ ଓଡ଼ିଶା ସରକାର ପ୍ରାଦେଶିକ ସ୍ତରରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଆମେ ଦୃଢ଼ ଦାବି ଉପସ୍ଥାପନ କରୁଛୁ ।
ଯେଉଁମାନେ ଦୁଇ ସନ୍ତାନ ଜନ୍ମ ଦେବା କଟକଣାକୁ ମାନିବେ ନାହିଁ ସେମାନଙ୍କ ପ୍ରତି ମଧ୍ୟ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଆମେ ପ୍ରସ୍ତାବ ଦେଉଛୁ । ଆମେ ଭାରତ ସରକାରଙ୍କୁ ନିମ୍ନ ଲିଖିତ ପ୍ରସ୍ତାବ ଦେଉଛୁ ।

୧/ ତୃତୀୟ ସନ୍ତାନ ଜନ୍ମ ଦାତାଙ୍କୁ ସରକାରୀ ଚାକିରୀ ଦିଆ ନ ଯିବାର ସାମ୍ବିଧାନିକ ବ୍ୟବସ୍ଥା ରହୁ ।
୨/ ଚାକିରୀରେ ଥିବା ବ୍ୟକ୍ତି ତୃତୀୟ ପିଲା ଜନ୍ମ ଦେଲେ ଉଭୟ ଦମ୍ପତିଙ୍କୁ ସେମାନଙ୍କୁ ଅତି ଶୀଘ୍ର ସେବା ନିବୃତ କରିବାର ବ୍ୟବସ୍ଥା ହେଉ ।
୩/ ତୃତୀୟ ସନ୍ତାନ ଜନ୍ମ ଦେଇଥିବା ବ୍ୟକ୍ତିଙ୍କୁ ରାସନ ବ୍ୟବସ୍ଥା ବନ୍ଦ କରିବା ସହିତ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରିବାକୁ ଆଇନ ପ୍ରଣୟନ ହେଉ ।
୪/ ତୃତୀୟ ସନ୍ତାନ ଜନ୍ମ ଦେଇଥିବା ଦମ୍ପତିଙ୍କୁ ପ୍ରାଦେଶିକ ସ୍ତରୀୟ ଯେକୌଣସି ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ସହିତ ଭୋଟ ଦେବା କ୍ଷମତା ରବ୍ଦ କରାଯିବା ପାଇଁ ଆଇନର ବ୍ୟବସ୍ଥା କରାଯାଉ ।
୫/ ଏହା ସତ୍ତ୍ୱେ ଚତୁର୍ଥ ସନ୍ତାନ ଜନ୍ମ ଦେଲେ ସଂପୃକ୍ତ ଦମ୍ପତ୍ତିମାନଙ୍କୁ ଜେଲ ଦଣ୍ଡର ବ୍ୟବସ୍ଥା ରହୁ ।

ଦେଶର ଶହେ ଚାଳିଶ କୋଟି ଜନତା ତଥା ଆମର ଆଗାମୀ ବଂଶଧରଙ୍କ ସହିତ ଦେଶର ଐତିହ ,ଅସ୍ମିତା ,ସଂସ୍କୃତି ସର୍ବୋପରି ଭାରତୀୟତାକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ସହିତ ଜନ୍ମ ନିୟନ୍ତ୍ରଣ ବିଲ ପ୍ରଣୟନ ସହିତ କାର୍ଯ୍ୟକ୍ଷମ କରିବାକୁ ଆମେ ଦାବି ଉପସ୍ଥାପନ କରୁଅଛୁ । ଆପଣଙ୍କ ପ୍ରଚେଷ୍ଟାରେ ଯଦି ଏ ଦୁଇଟି ଆଇନ ପ୍ରଣୟନ କରନ୍ତି ତେବେ ଆପଣ ଭାରତବାସୀଙ୍କ ନିକଟରେ ଚୀର ସ୍ମରଣୀୟ ହୋଇ ରହିବେ ଏବଂ ଆପଣଙ୍କର ପ୍ରଚେଷ୍ଟା ଭାରତ ଇତିହାସରେ

ଏକ ସୂର୍ଣୀମ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଜ୍ୟ ସଂଘଠନ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଏବଂ ସମାଜସେବୀ ତଥା କର୍ମଜୀବି ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ତା ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି  । ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷଙ୍କ ସଭାପତିତ୍ବରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ ସମୟରେ ସମାଜସେବୀ ଶ୍ରୀ ଗଣେଶ କୁମାର ସାହୁ , ଶ୍ରୀ ପ୍ରଳୟ କୁମାର ସାହୁ , ଶ୍ରୀ ଧର୍ମ ସିଂ ନାଗ , ଶ୍ରୀ ପରମା ନନ୍ଦ ପ୍ରଧାନ , ଶ୍ରୀ ବସନ୍ତ କୁମାର ଉଲ୍ଲାକା , କୁମାରୀ ବାଡତିୟା , ସନ୍ତୋଷ କୁମାର ଦଳାଇ ଯୋଗ ଦେଇ ପରିଚାଳନା କରିଥିଲେ.

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

April 26, 2026
ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

April 26, 2026

Recent News

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

April 26, 2026
ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

April 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version