୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଆଖିଧରା ହେଉଛି ଭୂତାଣୁଜନିତ ରୋଗ । ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ତାପମାତ୍ରାରେ ପରିବର୍ତ୍ତନ ହୋଇ କିଛି ଭୂତାଣୁ ସକ୍ରିୟ ହୁଅନ୍ତି । ଏହି ସମୟରେ ଥଣ୍ଡାକାଶ ମଧ୍ୟ ହୁଏ । ସେହି ଅନୁସାରେ ଆଖିଧରା ରୋଗୀଙ୍କ ସଂଖ୍ୟା ବଢିଛି ।

ଆଖିଧରା ରୋଗ ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଏ । ରୁମାଲରେ କିମ୍ବା ଆଖିରେ ହାତ ମାରିବା ବ୍ୟକ୍ତି ସହ ଅନ୍ୟ ବ୍ୟକ୍ତି ସଂପର୍କରେ ଆସିଲେ ଏହା ବ୍ୟାପେ । କିଏ କାହାକୁ ଅନେଇଲେ ଏହା ବ୍ୟାପେ ନାହିଁ । ସଚେତନ ରହିଲେ ବିଶେଷ ଅସୁବିଧା ନାହିଁ। ସପ୍ତାହକ ଭିତରେ ଆଖି ଭଲ ହୋଇଯାଏ ।














