୦୯ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :- ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହକୁ ସରକାରୀ ସ୍ତରରେ ବନସପ୍ତାହ ରୂପେ ପାଳନ କରାଯାଇଆସୁଅଛି । ସେହି କ୍ରମରେ ସ୍ଥାନୀୟ ଭୂଇଁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରତିମା ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ଆଧାରିତ ସଚେତନତା ସଙ୍ଗୀତ ଗାନ କରିଥିଲେ ।

ଏଥିରେବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ , ବେଗୁନିଆ ବନପାଳ ପ୍ରିୟଦର୍ଶିନୀ ସେଠୀ ଓ ଶିକ୍ଷାବିତ ଶରତ କୁମାର ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବନସପ୍ତାହରେ ବୃକ୍ଷରୋପଣର ଉପକାରିତା ଓ ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ।
ଏହି ଅବସରରେ ବିଦ୍ୟାଳୟ ପରିସରରେ କରଞ୍ଜ ବେଲ , ଅଁଳା , କୃଷ୍ଣଚୁଡା , ଡାଳିମ୍ବ ଆଦି ବିଭିନ୍ନ ପ୍ରଜାତିର ୨୦ ( କୋଡିଏ )ଟି ଓ ବିଦ୍ୟାଳୟ ହତାବାହାରେ ପାଞ୍ଚଟି ବର , ଅଶ୍ୱତଥ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ସମାଜସେବୀ ଅଶ୍ବିନୀ ପଟ୍ଟନାୟକ, ବନରକ୍ଷୀ ଦୁର୍ଗା ପ୍ରସାଦ ପଣ୍ଡା ,ସୋମନାଥ ସାହୁ ,ଶ୍ରୀବତ୍ସ ପାଣିଗ୍ରାହୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ.କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷା ମଲ୍ଲି ରାଉତ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଶୁଭଶ୍ରୀ ଲକ୍ଷ୍ମୀପ୍ରିୟା ଧନ୍ୟବାଦ ଦେଇଥିଲେ ।














