୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅନୁକୁଣ୍ଡାଗୁଡ଼ା ଗ୍ରାମ ଠାରେ ଥିବା ଆବାସିକ ବାଳିକା ସେବା ଶ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ସୁନୀ ବଡମୁଣ୍ଡି ଙ୍କ ତତ୍ତ୍ଵାବଧାନରେ ୩୦ ଗୋଟି ସ୍ଥାୟୀ ବାରମାସୀ ଗଛ ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୃକ୍ଷ ହିଁ ଜୀବନ ଉପରେ ଆଧାରିତ ଏକ ବକୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ପ୍ରଗତି ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀଙ୍କ ଅଧ୍ୟକ୍ଷତା ରେ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା ।

ବିଜୟୀ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ, ବିଚିତ୍ରାନନ୍ଦ ବେବର୍ତ୍ତା ,ମୁଖ୍ୟ ବକ୍ତା ପଣ୍ଡିତ ନରସିଂହ ଗୌଡ଼, ସମ୍ମାନିତ ବକ୍ତା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ(ପୁରୀ), ସଂଯୋଜକ ଲୋକନାଥ ମିଶ୍ର, ଉପ-ସଭାନେତ୍ରୀ ମାନସୀ ପଣ୍ଡା ଯୋଗ ଦେଇ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ପିଲାଙ୍କୁ ବୁଝାଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତିର ସଭାନେତ୍ରୀ ତଥା ବରିଷ୍ଠ ଶିକ୍ଷୟତ୍ରୀ କଳ୍ପନା ପଟନାୟକ ପରିଚାଳନା କରିଥିଲେ ।















