ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା । ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ

ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଓ ଆଠ ବିଜେି ସାଂସଦ ଏ ପ୍ରସଙ୍ଗରେ ନିରବ

ଭୁବନେଶ୍ୱର ସାଂସଦ ଏନେଇ ମୁହଁ ନଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-  ୧୮୧୭ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ ଯାହା ୧୮୫୭ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଘଟିଥିଲା ବୋଲି ବିଜେଡି ପକ୍ଷରୁ ଦାବି କର।ଇଛି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବେ କହିଛନ୍ତି ଯେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କିମ୍ବଦନ୍ତୀ ସହିତ ଓଡିଶାର ପାଇକ ବିଦ୍ରୋହ ଗତ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ୪.୫ କୋଟି ଓଡିଆଙ୍କୁ ପ୍ରରରଣା ଦେଇ ଚାଲିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୮ଜୁଲାଇ ୨୦୧୭ରେ ଓଡିଶା କ୍ୟାବିନେଟ ।ଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏକ ସଂକଳ୍ପ ପାରିତ କରିଥିଲା ।

୨୦୧୭ ଜୁଲାଇ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ । ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ରାଜନାଥ ସିଂହଙ୍କୁ ଅନୁରୋଧ କରିଥିଲେ । ୨୦୧୭ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀରେ ପାଇକ ବିଦ୍ରୋହର ଶତାବ୍ଦୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯାହାକୁ ତତ୍କାଳୀନ ମାନ୍ୟବର ରାଷ୍ଟ୍ରପତି ଶ୍ରୀୁକ୍ତ ପ୍ରଣବ ମୁଖାର୍ଜୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ୨୦୨୧ ଡିସେମ୍ବର ୬ ତାରିଖରେ ବିଜେଡି ସାଂସଦଙ୍କ ଏକ ପ୍ରତିନିଧିଦଳ ମାନ୍ୟବର କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା ପାଇଁ ଦାବି କରିଥିଲେ ।

ତେବେ ଏହା ଆର୍ଶ୍ଚ୍ୟର କଥା କେନ୍ଦ୍ରରେ ଥିବା ଦୁଇ ଓଡିଆ ମନ୍ତ୍ରୀ ତଥା ଓଡିଶାର ୮ଜଣ ବିଜେି ସାଂସଦ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ଏବଂ କେନ୍ଦ୍ରରେ ଏହି ପ୍ରସଙ୍ଗକୁ ଉଠାଉ ନାହାନ୍ତି । ସଂସଦରେ ଓଡିଆ ବିଜେି ସାଂସଦମାନେ ଏହି ପ୍ରସଙ୍ଗ ମୁହଁ ଖୋଲିଥିବାର ଆମେ କେବେ ବି ଦେଖିନାହୁଁ । ଏହା ପାଇକ ବିଦ୍ରୋହ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି । ଭୁବନେଶ୍ୱରର ବିଜେି ସାଂସଦ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ନଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ହେଉଛି “ଓଡିଆ ଅସ୍ମିତା ଏବଂ ଓଡିଆ ଆତିଥ୍ୟ” ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଦୁଇ ଓଡିଆ ମନ୍ତ୍ରୀ ଏବଂ ୮ଜଣ ବିଜେି ସାଂସଦ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଶାର ସାଢେ ୪କୋଟି ଲୋକଙ୍କ ସହ ଆମେ ଦୃଢଭାବେ ଦାବି କରୁଛୁ ଯେ କାଳ ବିଳମ୍ବ ନକରି ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ କେନ୍ଦ୍ର ସରକାର ଘୋଷଣା କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।