୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- କେ. ଏମ. ଭାଲିଆସାହି : ତା 05/07/2023 ରିଖ ବୁଧବାର କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟ ପରିସରରେ “Junior Red Cross” ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେବା ସହିତ ଜୁନିଅର ରେଡ କ୍ରସ ବିଭାଗରେ ଥିବା ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l

ବୃକ୍ଷରୋପଣ, ବୃକ୍ଷସୁରକ୍ଷା, ଜଙ୍ଗଲ ସୁରକ୍ଷା ଓ ଚାରାରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ପରିସର ଏବଂ ଛାତ୍ରୀନିବାସ ପରିସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ l“ବୃକ୍ଷ ଆମର ଜୀବନ, ବୃକ୍ଷ ପାଇଁ ଜୀବଜଗତ ବଞ୍ଚିରହିଛି ଏବଂ ଏହି ବୃକ୍ଷ ପାଇଁ ବୃଷ୍ଟିପାତ ମଧ୍ୟ ହେଉଛି “

ଏହି ସମସ୍ତ ବିଷୟରେ ଭାଷଣ ଦେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସମସ୍ତଙ୍କ ମନରେ ବୃକ୍ଷରୋପଣ କରିବାର ଆଗ୍ରହ ସୃଷ୍ଟି କରାଇଥିଲେ l ଉକ୍ତ ଅବସରରେ ଜନ ସଚେତନତା ପାଇଁ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇବା ସହିତ ଚାରାଗଛ ମଧ୍ୟ ବଣ୍ଟନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମକୁ JRC କାଉନସିଲର ଯଥା ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ପରିଚାଳନା କରିଥିଲାବେଳେ ଧନ୍ଦାମୂଳକ ଶିକ୍ଷକ ଶ୍ରୀଯୁକ୍ତ କେଦାରନାଥ କରଙ୍କ ସମେତ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ସେହିପରି ସୋମବାର ବନବିଭାଗ ଦ୍ବାରା ବିଦ୍ୟାଳୟରେ ଗଛ ଲଗାଇଥିଲେ ।














