No Result
View All Result
ମିର୍ଦ୍ଧା ସମାଜ କୁ ଆଦିବାସୀ ମାନ୍ୟତା ଦେବା ସହ ସମାଜ ର ସର୍ବାଙ୍ଗିନ ଉନ୍ନତି କରିବା ଦିଗରେ ପ୍ରତିଶୃତ ଦେଲେ ସାଂସଦ ଶ୍ରୀ ବିଶି ।
୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :- ପାଟଣାଗଡ଼ ବ୍ଲକ ଭଇଁସା ପଞ୍ଚାୟତ ଅନ୍ତର୍ଗତ ଝଙ୍କରପାଲି ଠାରେ ମିର୍ଧା କୁଣହା ସମାଜ ପକ୍ଷରୁ ଆଞ୍ଚଳିକ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ଙ୍କୁ ସଂକୀର୍ତ୍ତନ ଦଳ ଓ କରମା ନୃତ୍ୟ ଦଳ ପରିବେଷଣ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ମୁଖ୍ୟ ଅତିଥି ବୁଢ଼ାରଜା ଦେବତାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
ପରେ ସମାଜ ର ଜିଲ୍ଲା ସଭାପତି ଗୋପାଳ ପଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଶି ମିର୍ଦ୍ଧା ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମୁହିକ ବିକାଶ ସହ ମିର୍ଦ୍ଧା ମାନଙ୍କୁ ସରକାରୀ ସ୍ତରରେ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ଆଲୋକପାତ କରିଥିଲେ ଓ ବୁଢାରଜା ମନ୍ଦିର ନିର୍ମାଣ କରିବା ପାଇଁ ସାଂସଦ ପାଣ୍ଠିରୁ ଅନୁଦାନ ଯୋଗେଇ ଦେବାପାଇଁ କହିଥିଲେ । ସ୍ପେସିଏଲ ଡେଭଲପମେଣ୍ଟ କାଉନସିଲ ରେ ମିର୍ଧା ସମାଜ କୁ ଅଣଦେଖା କରିଥିବାରୁ ସଭାରେ ଦୁଃଖ ପ୍ରକାଶ କରି କାଉନସିଲରେ ମିର୍ଧା ସମାଜର କର୍ମକର୍ତ୍ତା ଙ୍କୁ ସାମିଲ କରିବା ପାଇଁ ସାଂସଦ ମହୋଦୟ ଙ୍କୁ ଦାବୀ ଜଣେଇଥିଲେ ।
ସାଂସଦ ମହୋଦୟ ଏହି ଦାବୀ କୁ ସରକାରଙ୍କ ପାଖରେ ପହଞ୍ଚେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବିସିକେଶନ ମିର୍ଧା, କୋଷାଧ୍ୟକ୍ଷ ପ୍ରେମାନନ୍ଦ ପଧାନ,ସଂକୀର୍ତ୍ତନ ମିର୍ଧା, ନୟନ ମିର୍ଧା, ଭୂମିଦାତା ନବୀନ ଛତ୍ରୀଆ ,ଧନମତ ପଧାନ,ପ୍ରସନ୍ନ ପଧାନ,ଭେଳାସାଗର ମିର୍ଧା,ଦଲଗଞ୍ଜନ ଲୁହା, ଲିଙ୍ଗରାଜ ବାଗ,ଧୋବେଇ ମିର୍ଧା ପ୍ରମୁଖ ଯୋଗଦେଇ ଥିବା ବେଳେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ .

No Result
View All Result