୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି । ମାର୍କେଟ ଛକ ନିକଟରେ ଏହି ଅଘଟଣ ଘଟିଛି ।
ଆହତଙ୍କ ମଧ୍ୟରେ ଜଣେ ଭୋଇ ସେବାୟତ ଓ ୫ ଜଣ ଭକ୍ତ ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।













