
ରଥ ଉପରକୁ ସାରଥୀ ଚଢିଥିଲେ । ସାରଥୀ ରଥ ଉପରେ ଛିଡା ହେବା ପରେ ରଥରୁ ଚାରମାଳ ଖୋଲା ଯାଇଥିଲା । ଅପରାହ୍ନରେ ମେଘୁଆ ପାଗ ରହିବାରୁ ବାହୁଡା ଯାତ୍ରା ଦେଖିବା ପାଇଁ ରଥ ଟଣା ଯାଉଥିବା ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗିଥିଲା । ପୁରୀ ରଥଯାତ୍ରାରେ ଯେଭଳି ରଥ ସମୁଖରେ ଦେବଦେବୀ ନୃତ୍ୟ କରାଯାଇ ରଥଟଣା ହୁଏ ,
ଠିକ୍ ସେହି ପରେ ଗୋପାଳପୁର ଜଗନ୍ନାଥ ବାଟିକାରେ ପ୍ରଥମ କରି ଚଳିତ ବର୍ଷ ଆରମ୍ଭ କରାଯାଇଥିବା ରଥ ସମ୍ମୁଖରେ ପିଲାମାନେ ଦେବଦାସୀ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ବାରିପଦାରେ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଯେଭଳି ଟାଣନ୍ତି , ସେହି ଭଳି ଢ଼ଙ୍ଗରେ ଗୋପାଳପୁର ଜଗନ୍ନାଥ ବାଟିକା ,
ପ୍ରତାପନଗରୀ ଜଗନ୍ନାଥ ମଠ ରଥ ,ଫୁଲନଖରା ର ନୂଆ କାଚରାମାଳ ରଥକୁ ଆଗ୍ର ସହକାରେ ମହିଳା ମାନେ ରଥକୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା । ପ୍ରତାପନଗରୀ, ଭାଣପୁର, ଗୋପାଳପୁର ଜଗନ୍ନାଥ ବାଟିକା, ଅରିଲୋ , ନୂଆଗଡ଼, ନୂଆ କାଚରାମାଳ,

© 2023 Odisha Taza News.