୨୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ରାୟଗଡା :- ଚଳିତ ମାସ ଆଦିବାସୀ ସଂଘର୍ଷ ମୋର୍ଚା ତରଫରୁ ରାୟଗଡା ଜିଲ୍ଲା, ରାମନାଗୁଡା ବ୍ଳକ୍ ଅନ୍ତର୍ଗତଃ ଗୋଗୁପାଡୁ ଗ୍ରାମପଞ୍ଚାୟତର ଲାଉଗୁଡ଼ା ଗ୍ରାମକୁ ଆଦିବାସୀ ସଂଘର୍ଷ ମୋର୍ଚାର କର୍ମକର୍ତ୍ତା ଗଣ ତଦନ୍ତ କରିବା ପାଇଁ ଯିବା ରିପୋର୍ଟ ଗତ କାଲି ଲାଉଗୁଡ଼ା ଗ୍ରାମର ଆଦିବାସୀ ଲୋକମାନେ ପୂର୍ବ ପୁରୁଷରୁ ଭୋଗ ଦଖଲ କରି ଚାଷବାସ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶର କେଦାରପୁର ଗ୍ରାମର କେତେକ ମୁଷ୍ଟି ଯୋଦ୍ଧା ବ୍ୟକ୍ତିମାନେ ଯାଇ ଆଦିବାସୀ ମହିଳା ଓ ପୁରୁଷ ମାନଙ୍କୁ ଆକ୍ରମଣ କରିଛନ୍ତି ।
ଓଡିଶା ସରକାର ଓ ଆନ୍ଧ୍ର ସରକାର ଆଲୋଚନା କରି ଦୁଇ ଗୋଟି ଗ୍ରାମକୁ ଶାନ୍ତି ପୂର୍ଣ୍ଣ ଭାବରେ ଫେରାଇ ଆଣିବା ଚେଷ୍ଟା କରାଯାଉ । ନଚେତ୍ ଆଗାମୀ ଦିନରେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚାର କେନ୍ଦ୍ର କମିଟି ସଭ୍ୟ ଶ୍ରୀ- ତ୍ରିପତି ଗମାଙ୍ଗ ଦାବୀ କରୁଛନ୍ତି । ଏଥିରେ ଦାସୁରୁ ବିଡିକା,ମୋଜେସ ବିଡିକା,ରମେଶ ପାତିକା,ଗୋବିନ୍ଦ ବିଡିକା,ଶାନ୍ତି ମାଣ୍ଡାଙ୍ଗି,ରାମଦାସ ନିମାଲା ଗ୍ରାମର ଭଦ୍ର ବ୍ୟକ୍ତି ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ















